ଭଦୋଦରା ପ୍ରିମିୟର ଲିଗ୍ (ଆଇପିଏଲ୍)ରେ ବେଟିଂ ସଂପୃକ୍ତି ନେଇ ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍ ଦଳର ପ୍ରଶିକ୍ଷକ ତୁଷାର ଆରୋଠେ ମଙ୍ଗଳବାର ଭଦୋଦରାରେ ଗିରଫ ହୋଇଛନ୍ତି। ଏକ କାଫେରେ ତୁଷାରଙ୍କ ସହ ୧୮ ଜଣ ବେଟିଂ କରୁଥିଲା ବେଳେ ପୁଲିସ ସେମାନଙ୍କୁ କାବୁ କରି ନେଇଥିଲା। ଏଥିସହ ସେମାନଙ୍କ ଫୋନ୍ ଏବଂ ଗାଡ଼ି ମଧ୍ୟ ଜବତ ହୋଇଛି ବୋଲି କ୍ରାଇମ୍ବ୍ରାଞ୍ଚ୍ ଡିସିପି ଜେଏସ୍ ଜାଦେଜା ସୂଚନା ଦେଇଛନ୍ତି। ଆରୋଠେଙ୍କ ପ୍ରଶିକ୍ଷଣରେ ମିତାଲି ରାଜଙ୍କ ଦଳ ୨୦୧୭ ବିଶ୍ବକପ୍ ଫାଇନାଲ୍ରେ ପ୍ରବେଶ କରିଥିଲା। ହେଲେ ତାଙ୍କ ପ୍ରଶିକ୍ଷଣ ଶୈଳୀକୁ ନେଇ କିଛି ବରିଷ୍ଠ ଖେଳାଳିଙ୍କ ସହ ଟ୍ବେଣ୍ଟି-୨୦ ଅଧିନାୟିକା ହରମନପ୍ରିତ କୌର ବିସିସିଆଇ ନିକଟରେ ଅଭିଯୋଗ କରିବାରୁ ବାଧ୍ୟ ହୋଇ ସେ ଗତ ବର୍ଷ ନିଜ ପଦ ଛାଡ଼ିଥିଲେ।
ଆଇପିଏଲ୍ରେ ବେଟିଂ:ପୂର୍ବତନ ଭାରତୀୟ ମହିଳା କ୍ରିକେଟ୍ ପ୍ରଶିକ୍ଷକ ତୁଷାର ଆରୋଠେ ଗିରଫ
/sambad/media/post_attachments/wp-content/uploads/2019/04/114-Arothe.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)