ନୂଆଦିଲ୍ଲୀ: ଗୁରୁବାର ଟ୍ବେଣ୍ଟି-୨୦ ବିଶ୍ବକପ୍ରେ ପାକିସ୍ତାନକୁ ୧ ରନ୍ରେ ହରାଇବା ପରେ ଜିମ୍ବାୱେ ଦେଶରେ ଉତ୍ସବର ମାହୋଲ ସୃ୍ଷ୍ଟି ହୋଇଛି। ଏପରିକି ଉଭୟ ଦେଶର ରାଜନେତା ମଧ୍ୟ ଥଟ୍ଟା ପରିହାସ ଭରା ବାର୍ତ୍ତା ଲେଖି ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି। ଜିମ୍ବାୱେ ରାଷ୍ଟ୍ରପତି ଏମରସନ୍ ଦାମ୍ବୁଜୋ ତାଙ୍କ ଅଫିସିଆଲ୍ ଟ୍ବିଟର ପେଜ୍ରେ ଦଳକୁ ଶୁଭେଚ୍ଛା ଜଣାଇଥିଲା ବେଳେ ପରବର୍ତ୍ତୀ ସମୟରେ ଜଣେ ପ୍ରକୃତ ‘ମିଷ୍ଟର ବିନ୍’ଙ୍କୁ ପଠାଇବାକୁ ପରିହାସ କରି ଲେଖିଥିଲେ। କିଛି ସମୟ ପରେ ଉକ୍ତ ପ୍ରତିକ୍ରିୟା ଉପରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ସେହବାଜ୍ ଶରିଫ୍ ମଧ୍ୟ ଜବାବ ରଖିଥିଲେ। ଆମେ ଯଦିଓ ପ୍ରକୃତ ‘ମିଷ୍ଟର ବିନ୍’ ନୋହୁଁ, କିନ୍ତୁ ଆମର ପ୍ରକୃତ କ୍ରିକେଟ୍ ସ୍ପିରିଟ୍ ରହିଛି। ତେଣୁ ପ୍ରତ୍ୟାବର୍ତ୍ତନ ନେଇ ପାକିସ୍ତାନୀଙ୍କର ସବୁବେଳେ ଅଭ୍ୟାସ ରହିଛି ବୋଲି ସେ ଲେଖିଥିଲେ। ଏଥିସହ ଜିମ୍ବାୱେର ପ୍ରଦର୍ଶନକୁ ନେଇ ରାଷ୍ଟ୍ରପତି ଏମରସନ୍ଙ୍କୁ ଶରିଫ୍ ବଧେଇ ଜଣାଇଥିଲେ।
ସୂଚନାଯୋଗ୍ୟ, ପାକିସ୍ତାନ୍ର କମେଡିଆନ୍ ଆସିଫ୍ ମହମ୍ମଦ ପ୍ରତିଷ୍ଠିତ ହାସ୍ୟ ଅଭିନେତା ମିଷ୍ଟର ବିନ୍ଙ୍କ ଭଳି ଦେଖାଯାଆନ୍ତି। ୨୦୧୬ରେ ଆସିଫ୍ ଜିମ୍ବାୱେ ଗସ୍ତ କରିଥିଲା ବେଳେ ମିଷ୍ଟର ବିନ୍ଙ୍କ ଭଳି ନିଜକୁ ପ୍ରଦର୍ଶିତ କରିଥିଲେ। ଏହାପରଠୁ ପାକିସ୍ତାନ କ୍ରିକେଟ୍ ଦଳର ବିଭିନ୍ନ ଅଭ୍ୟାସ ସମ୍ବନ୍ଧୀୟ ପୋଷ୍ଟିଂରେ କିଛି ଟ୍ବିଟର ବ୍ୟବହାରକାରୀ ମିଷ୍ଟର ବିନ୍ଙ୍କ ବାବଦରେ ମନ୍ତବ୍ୟ ଦେଇଥିଲେ। ମିଷ୍ଟର ବିନ୍ଙ୍କୁ ନେଇ ଏପରି ପ୍ରତିକ୍ରିୟା ବହୁଳ ଭାବେ ହେବାରୁ ଏବେ ବିଶ୍ବକପ୍ ମ୍ୟାଚରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/10/65f4h654sf65h465.jpg)