ଭୁବନେଶ୍ୱର: ଭୁବନେଶ୍ୱର ଗଲ୍ଫ କୋର୍ସ (ବିଜିସି)ରେ ରବବାର ପୂର୍ବ ବର୍ଷମାନଙ୍କ ଭଳି ବିଜିସି ପ୍ରେସିଡେଣ୍ଟ୍ସ କପ୍ ମିକ୍ସଡ ଡବଲ୍ସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି ଦିନିକିଆ ପ୍ରତିଯୋଗିତାରେ ଶାଶୁ ବୋହୂ ଯୋଡ଼ି ଲଖି ସ୍ୱାଇଁ ଏବଂ ମୃଣାଲ ଡଙ୍ଗ୍ରେ ବିଜେତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପତି-ପତ୍ନୀ ଯୋଡ଼ି ଅଜୟ ନେଗି-ଲକ୍ଷ୍ମୀ ଉପ ବିଜେତା ଏବଂ ଦଲବୀର ସିଂହ-ମନୀଷା ତୃତୀୟ ସ୍ଥାନ ଦଖଲ କରିଥିଲେ। ବିଜିସି ସସଦ୍ୟତା ଥିବା ଦମ୍ପତି ଏଥିରେ ଭାଗ ନେବାର ବିଧି ରହିଥିଲେ ମଧ୍ୟ କାହାରି ଅନୁପସ୍ଥିତିରେ ଜଣେ ନିଜ ପରିବାରର ଅଣଗଲ୍ଫରଙ୍କୁ ନେଇପାରିଥାନ୍ତି। ଏହି ୯ ହୋଲ୍ ବିଶିଷ୍ଟ ପ୍ରତିଯୋଗିତାରେ ଜଣେ ସଟ୍ ଖେଳିବେ ଏବଂ ଅନ୍ୟ ଜଣେ ଗ୍ରିନ୍ରେ ପଟିଂ କରିବାର ନିୟମ ରହିଛି। ଏଭଳି ପରିସ୍ଥିତିରେ ପତି ରମେଶ ସ୍ୱାଇଁଙ୍କ ଅନୁପସ୍ଥିତିରେ ବୋହୁ ମୃଣାଲଙ୍କୁ ପଟିଂ ସାଥୀ କରିଥିବା ଅଭିଜ୍ଞା ଲଖି ସ୍ୱାଇଁ ବିଜେତା ମୁକୁଟ ହାସଲ କରିବାର ସୁଯୋଗ ହାତଛଡ଼ା କରିନଥିଲେ। ଜାନୁଆରିରେ ଟଲିଗଞ୍ଜ୍ ଟ୍ରଫି ଜିତିବା ପରେ ଲଖିଙ୍କ ପାଇଁ ଏହା ଆଉ ଏକ ସଫଳତା ଥିଲା। ରବିବାର ପୂର୍ବତନ ବିଜିସି ସଭାପତି ଡି କେ ତ୍ରିପାଠୀ ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ବିଜିସି ସଭାପତି ତାରା ରଂଜନ ପଟ୍ଟନାୟକ ଏବଂ ସମ୍ପାଦକ ଦୁଲାଲ ପାଣି ଉପସ୍ଥିତ ଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp