ଭୁବନେଶ୍ବର: କିଟ୍ ବିଶ୍ବବିଦ୍ୟାଳୟ ଛାତ୍ରୀ ଅଲିମ୍ପିଆନ୍ ସିଏ ଭବାନୀ ଦେବୀ ଭାରତୀୟ ଫେନ୍ସିଂ ଦଳ ଲାଗି ଦିଲ୍ଲୀରେ ସୋମବାର ଆୟୋଜିତ ଟ୍ରାଏଲ୍ସରେ ସଫଳତା ପାଇଛନ୍ତି। ଏଥିରେ ଯୋଗ ଦେବା ସହ ଆଗାମୀ ବିଶ୍ବ ଚାମ୍ପିଅନ୍ସିପ୍, ଏସୀୟ କ୍ରୀଡ଼ା ଓ ଏସୀୟ ଚାମ୍ପିଅନ୍ସିପ୍ ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି। ଅଲିମ୍ପିକ୍ ପରେ ଭବାନୀ ଦେବୀ ଇଟାଲି ଓ ଫ୍ରାନ୍ସରେ ଅଭ୍ୟାସ କରୁଥିଲେ। ତାଙ୍କର ସବୁ ପ୍ରଶିକ୍ଷଣ ଖର୍ଚ୍ଚ କିଟ୍ ବହନ କରୁଥିଲା। ଏଥିଲାଗି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ସେ ଧନ୍ୟବାଦ ଦେଇଛନ୍ତି। ଅନ୍ୟଜଣେ କିଟ୍ ଛାତ୍ର ଅମ୍ଳାନ ବୋର୍ଗୋହେଁ ବେଲ୍ଜିୟମରେ ଆୟୋଜିତ ଫ୍ଲାଣ୍ଡର୍ସ କପ୍ ଦୌଡ଼କୁଦ ମିଟ୍ରେ ୨ଟି ସ୍ବର୍ଣ୍ଣ ପଦକ ଜିତିଛନ୍ତି। କଳିଙ୍ଗ ଷ୍ଟାଡିୟମରେ ଥିବା ରିଲାଏନ୍ସ ଦୌଡ଼କୁଦ ଏଚ୍ପିସିରେ ପ୍ରଶିକ୍ଷଣ ନେଉଥିବା ଅମ୍ଳାନ ୧୦୦ ମିଟର ରେସ୍କୁ ୧୦.୭୦ ସେକେଣ୍ଡ ଏବଂ ୨୦୦ ମିଟର ରେସ୍କୁ ୨୦.୯୬ ସେକେଣ୍ଡରେ ଶେଷ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ।
ଭବାନୀଙ୍କୁ ବିଶ୍ବ ଯୋଗ୍ୟତା, ଅମ୍ଳାନଙ୍କୁ ଯୁଗଳ ସ୍ବର୍ଣ୍ଣ
/sambad/media/post_attachments/wp-content/uploads/2023/06/546546jgjjgddgjdgj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)