ଭୁବନେଶ୍ବର/କଟକ: କଟକ, ଭୁବନେଶ୍ବର ଓ ଖୋର୍ଦ୍ଧାରେ ଖେଳାଯାଉଥିବା କଳାହାଣ୍ଡି କପ୍ ସୁପରଲିଗ୍ରେ ବୁଧବାର ଭଦ୍ରକକୁ ପାଳି ଅଗ୍ରଣୀ ଭିତ୍ତିରେ ବିଜୟୀ ଘୋଷିତ କରାଯାଇଛି। ସିଭି ରମଣ ପଡ଼ିଆରେ ଖେଳାଯାଇଥିବା ମ୍ୟାଚ୍ରେ ଭଦ୍ରକ ୨୭ ରନ୍ରେ ଇକୋର୍ସାକୁ ହରାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭଦ୍ରକ ଅବିନାଶ ସିଂହଙ୍କ ୮୧ ରନ୍ ସହାୟତାରେ ୧୭୮ ରନ୍ କରି ଅଲ୍ଆଉଟ୍ ହୋଇଥିଲା। ଲଗ୍ନିଜିତ ସାମଲ ୬ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ଇକୋର୍ସା ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ୪୦ ଓଭରରେ ୧୫୧ ରନ୍ କରି ସମସ୍ତ ୱିକେଟ୍ ହରାଇଥିଲା। ଗିରିଜା ରାଉତ ୭୯* ରନ୍ର ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।
ବୁଧବାର ଖେଳାଯାଇଥିବା ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ପ୍ରଥମ ଦିନ ଡ୍ରିମ୍ସ ପଡ଼ିଆରେ ଓଡ଼ିଶା ସି’ ବିପକ୍ଷରେ କଟକ ଏ’ ୪୦୦/୩ ରନ୍ ସଂଗ୍ରହ କରିଛି। ଅବିନାଶ ନାୟକ (୧୩୧) ଏବଂ ଅନୀଲ ପରିଡ଼ା (୧୦୬) ଶତକ ଏବଂ ସୌଭାଗ୍ୟ ମିଶ୍ର (୬୮) ଓ ବିକ୍ରମ ସାମଲ (୫୬*) ଅର୍ଦ୍ଧଶତକ ହାସଲ କରିଥିଲେ।
ରେଭେନ୍ସା ପଡ଼ିଆରେ ବାଲେଶ୍ବରର ୧୪୯ ରନ୍ ଜବାବରେ ଝାରସୁଗୁଡ଼ା ୪ ୱିକେଟ୍ ହରାଇ ୧୦୧ ରନ୍ ସଂଗ୍ରହ କରିଛି। ଝାରସୁଗୁଡ଼ାର ରାଜକିଶନ ପଟେଲ ୭ ୱିକେଟ୍ ଅକ୍ତିଆର କରିଥିଲେ।
/sambad/media/post_attachments/wp-content/uploads/2022/11/564dg654dag654gd65g456gd.jpg)
ସନସାଇନ୍ ପଡ଼ିଆରେ ଓଡ଼ିଶା ଏ’ର ୪୦୭ ରନ୍କୁ ପିଛା କରି ଓଡ଼ିଶା ଇ’ ୩୦/୩ ସ୍କୋର କରିଛି। ଓଡ଼ିଶା ଏ’ ପକ୍ଷରୁ ରୋହିତ ସାଗର (୧୦୭) ଶତକ ଏବଂ ଗୌରବ ଚୌଧୁରୀ (୭୧) ଓ ସୁକେଶ ହୀରା (୫୬) ଅର୍ଦ୍ଧଶତକ ଜମାଇଥିଲେ।
ଖୋର୍ଦ୍ଧା ଷ୍ଟାଡିୟମ୍ରେ ଓଡ଼ିଶା ଡି’ର ୨୫୬ ରନ୍ ଜବାବରେ ଭୁବନେଶ୍ବର ଏ’ ୨ ୱିକେଟ୍ ବିନିମୟରେ ୭୮ ରନ୍ କରିଛି। ଓଡ଼ିଶା ଡି’ ପକ୍ଷରୁ ଆର୍ଯ୍ୟଶ୍ରୀ ଭଟ୍ଟ ୬୧ ରନ୍ କରିଥିଲେ।
ସେଞ୍ଚୁରିଆନ୍ ପଡ଼ିଆରେ ଓଡ଼ିଶା ଏଫ୍’ର ୨୧୨ ରନ୍ କରିଥିଲା ବେଳେ ଓଡ଼ିଶା ବି’ ୫ ୱିକେଟ ହରାଇ ୧୦୬ ରନ୍ କରିଛି। ଓଡ଼ିଶା ଏଫ୍’ ପକ୍ଷରୁ ରାକେଶ ବିଶ୍ବାଳ (୭୫) ଏବଂ ଓଡ଼ିଶା ବି‘ ପକ୍ଷରୁ ପ୍ରତୀକ ଦାସ (୬୮) ଅର୍ଧଶତକୀୟ ପାଳି ଖେଳିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/56a465465g465d465dgadag.jpg)