ଭୁବନେଶ୍ବର: ସିଟି କ୍ଲବ୍‌ ଓ ଏସ୍‌ଜିଓ ନୟାପଲ୍ଲୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମଇଦାନରେ ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତା ରବିବାର ଉଦ୍‌ଘାଟିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଭୁବନେଶ୍ବରର ୟୁନାଇଟେଡ୍‌ କ୍ଲବ୍‌ ୨-୦ ଗୋଲ୍‌ରେ କଟକର ବାରବାଟୀ ସ୍ପୋର୍ଟିଂକୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଜଗନ୍ନାଥ ବାରିକ (୧୫ ମିନିଟ୍‌) ଓ ଯୁବରାଜ (୫୫ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌କୁ ଶିବ ଶଙ୍କର ପଣ୍ଡା, ଟି ମୋହନ ରାଓ, ସୁଜିତ ପାତ୍ର, ଦୂର୍ଗା ଆଚାର୍ଯ୍ୟ ପରିଚାଳନା କରିଥିଲେ। ଉଦ୍‌ଘାଟନୀ ଉତ୍ସବରେ ଅତିଥି ଭାବେ ପୂର୍ବତନ କର୍ପୋରେଟର ନବ କିଶୋର ବେହେରା ଏବଂ ପୂର୍ବତନ ଡିଜିପି ସଞ୍ଜିବ ମାରିକ, ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟ ରଂଜନ ପରିଜା ଓ ଅମୀୟ ମିଶ୍ର ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ତପନ ଭଞ୍ଜ, ଉମେଶ ବଳିଆରସିଂହ, କାଶିନାଥ ଜେନା, ଯୋଗେନ୍ଦ୍ର ଜେନା, ତ୍ରିନାଥ ମଙ୍ଗରାଗ, ଅରୁଣ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ସୋମବାର କଟକର ମଙ୍ଗଳା କ୍ଲବ୍‌ ଓ ନୟାପଲ୍ଲୀର ସିଜିଓ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।