ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌:ସେମିଫାଇନାଲ୍‌ରେ ମଙ୍ଗଳା କ୍ଲବ୍‌

ଭୁବନେଶ୍ୱର: ସିଟି କ୍ଲବ୍‌ ଆନୁକୂଲ୍ୟରେ ନୂଆପଲ୍ଲୀସ୍ଥିତ ଇନ୍ଦିରା ମଇଦାନରେ ଚାଲିଥିବ ତୃତୀୟ ଭାଗ୍ୟଧର ଟ୍ରଫି ରାଜ୍ୟସ୍ତରୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ମଙ୍ଗଳବାର ମଙ୍ଗଳା କ୍ଲବ୍‌ ୫-୩ ଟ୍ରାଇବ୍ରେକର୍‌ରେ କଟକ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଛି। ବିଜୟୀ ଦଳର ଗୋଲ୍‌ ରକ୍ଷକ ଜଗବନ୍ଧୁ ମହାରଣା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।ଏହି ବିଜୟ ସହ ମଙ୍ଗଳା କ୍ଲବ୍‌ ମଧ୍ୟ ସେମିଫାଇନାଲ୍‌ ସ୍ଥାନ ପକ୍କା କରିନେଇଛି। ମ୍ୟାଚ୍‌କୁ ନିତ୍ୟାନନ୍ଦ ମେହେର, ସେକାଓ୍ଵତ୍‌ ଖାନ୍‌, ଦୁର୍ଗା ମାଧବ ଆଚାର୍ଯ୍ୟ ଏବଂ ଟି ମୋହନ ରାଓ ପରିଚାଳନା କରିଥିଲେ। ଅତିଥି ଭାବେ ପ୍ରେରଣାର ଏମ୍‌ଡି ଦିଲ୍ଲୀପ ଶ୍ରୀଚନ୍ଦନ, ବିଏଏ ସମ୍ପାଦକ ସୌର୍ଯ୍ୟରଂଜନ ପରିଜା, ନନ୍ଦ କିଶୋର ପଟ୍ଟନାୟକ, ପ୍ରଦୀପ କୁମାର ବଳିଆରସିଂହ, ଆର୍‌କେ ମଣ୍ଡଳ, ବିରଞ୍ଚିି ନାରାୟଣ ମହାନ୍ତି, ଆୟୋଜକ କ୍ଲବ୍‌ ମୁଖ୍ୟ ଭାଗ୍ୟଧର ଜଗଦେବ, ଉମେଶ ଚନ୍ଦ୍ର ବଳିଆରସିଂହ, କାଶୀନାଥ ଜେନା, ତ୍ରିନାଥ ମଙ୍ଗରାଜ, ତପନ ଭଞ୍ଜ, ଯୋଗେନ୍ଦ୍ର ଜେନା ଏବଂ ସିଟି କ୍ଲବ୍‌ ସମ୍ପାଦକ ପ୍ରଦୀପ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଭୁବନେଶ୍ୱରର କିଶୋର କ୍ଲବ୍‌ ଏବଂ ଏଜି ଓଡ଼ିଶା ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର