ଭାଗ୍ୟଧର ଟ୍ରଫି: ମଙ୍ଗଳା କ୍ଲବ୍‌ ବିଜୟୀ

ଭୁବନେଶ୍ବର: ସିଟି କ୍ଲବ୍‌ ଓ ଏସ୍‌ଜିଓ ନୟାପଲ୍ଲୀର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଇନ୍ଦିରା ମଇଦାନରେ ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ‌ସୋମବାର ମ୍ୟାଚ୍‌ରେ କଟକର ମଙ୍ଗଳା କ୍ଲବ୍‌ ୪-୦ ଗୋଲ୍‌ରେ ଆୟୋଜକ ଦଳ ଏସ୍‌ଜିଓ କ୍ଲବ୍‌କୁ ପରାସ୍ତ କରିଥିଲା। ବିଜୟୀ ଦଳ ପକ୍ଷରୁ ଆପୁଲ ଦାସ (୧୮, ୫୧ ମିନିଟ୍‌) ୨ଟି ଏବଂ ଦୀନବନ୍ଧୁ ଦାସ (୩୫ ମିନିଟ୍‌) ଓ ପ୍ରକାଶ ଭୋଇ (୬୮ ମିନିଟ୍‌) ଗୋଟିଏ ‌ଲେଖାଏଁ ଗୋଲ୍‌ ଦେଇଥିଲେ। ମ୍ୟାଚ୍‌କୁ ଦୂର୍ଗା ଆଚାର୍ଯ୍ୟ, ଶେଖୱାତ୍‌ ଖାନ୍‌, ସୁଶାନ୍ତ କୁମାର ମିଶ୍ର, ସୁଜିତ ପାତ୍ର ପରିଚାଳନା କରିଥିଲେ। ମୁଖ୍ୟ ଅତିଥି ଭାବେ ଭୁବନେଶ୍ବର ଦୌଡ଼କୁଦ ସଂଘ ସମ୍ପାଦକ ସୌର୍ଯ୍ୟ ରଂଜନ ପରିଜା ଯୋଗଦେଇ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ଜୟନ୍ତ ରାଉତଙ୍କୁ ପ୍ରଦାନ କରିଥିଲେ। ମଙ୍ଗଳବାର ଭୁବନେଶ୍ବର କିଶୋର କ୍ଲବ୍‌ ଓ ଅନୁଗୁଳର ନାଲ୍‌କୋ ମଧ୍ୟରେ ମ୍ୟାଚ୍‌ ଖେଳାଯିବ।

ସମ୍ବନ୍ଧିତ ଖବର