ଭାଗ୍ୟଧର ଟ୍ରଫି ଫାଇନାଲ୍‌ରେ କ୍ରୀଡ଼ା ଛାତ୍ରାବାସ

ଭୁବନେଶ୍ବର: ଭୁବନେଶ୍ବର ସିଟି କ୍ଲବ୍‌ ଓ ନୟାପଲ୍ଲୀ ଏସ୍‌ଜିଓ କ୍ଲବ୍‌ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଚତୁର୍ଥ ଭାଗ୍ୟଧର ଟ୍ରଫି ଫୁଟ୍‌ବଲ୍‌ ପ୍ରତିଯୋଗିତାର ରବିବାର ଫାଇନାଲ୍‌ରେ କଟକର କ୍ରୀଡ଼ା ଛାତ୍ରାବାସ ଏବଂ ଭୁବନେଶ୍ବରର କିଶୋର କ୍ଲବ୍‌ ମୁହାଁମୁହିଁ ହେବେ। ଶୁକ୍ରବାର ଦ୍ବିତୀୟ ସେମିଫାଇନାଲ୍‌ରେ କଟକ ଦଳ ୪-୩ ଟାଇବ୍ରେକର୍‌ ଗୋଲ୍‌ରେ ‌ନିଜ ସହରର ମଙ୍ଗଳା କ୍ଲବ୍‌କୁ ପରାସ୍ତ କରି ଫାଇନାଲ୍‌ ସ୍ଥାନ ପକ୍କା କରିଥିଲା। ନିର୍ଧାରିତ ସମୟ ମ୍ୟାଚ୍‌ ଗୋଲ୍‌ ଶୂନ୍ୟ ଭାବେ ଶେଷ ହେବାରୁ ଫଳାଫଳ ପାଇଁ ଟାଇବ୍ରେକରର ସହଯୋଗ ‌ନିଆ ଯାଇଥିଲା। ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପରାଜିତ ଦଳର ଆର୍ତ୍ତତ୍ରାଣ ସାମଲଙ୍କୁ ମୁଖ୍ୟ ଅତିଥି ରମାକାନ୍ତ ସାହୁ ପ୍ରଦାନ କରିଥିଲେ। ମ୍ୟାଚ୍‌ରେ ଶିବ ପ୍ରସାଦ ଦାସ ରେଫରି ଥିଲେ। ଲାଇନ୍‌ରେ ତାଙ୍କୁ ଦୁର୍ଗା ଆଚାର୍ଯ୍ୟ, ଶେଖୱାତ ସିଂହ ସହୟତା କରିଥିଲା ବେଳେ ସୁଶାନ୍ତ ମିଶ୍ର ଚତୁର୍ଥ ରେଫରି ଥିଲେ।

ସମ୍ବନ୍ଧିତ ଖବର