ଭୁବନେଶ୍ୱର: ସିଟି କ୍ଲବ୍ ଆନୁକୂଲ୍ୟରେ ନୂଆପଲ୍ଲୀସ୍ଥିତ ଇନ୍ଦିରା ମଇଦାନରେ ଚାଲିଥିବ ତୃତୀୟ ଭାଗ୍ୟଧର ଟ୍ରଫି ରାଜ୍ୟସ୍ତରୀୟ ଫୁଟ୍ବଲ୍ ପ୍ରତିଯୋଗିତାର ଫାଇନାଲ୍ରେ କଟକର ବାରବାଟୀ ସ୍ପୋର୍ଟିଂ ପ୍ରବେଶ କରିଛି। ଗୁୁରୁବାର ପ୍ରଥମ ସେମିଫାଇନାଲ୍ରେ ବାରବାଟୀ ସ୍ପୋର୍ଟିଂ ୪-୨ (୦-୦) ଟ୍ରାଇବ୍ରେକର୍ରେ ଭୁବନେଶ୍ୱରର ୟାଜଦାନୀ କ୍ଲବ୍-୭୩କୁ ପରାସ୍ତ କରିଥିଲା। ବିଜୟୀ ଦଳର ଗୋଲ୍ରକ୍ଷକ ଏସ୍କେ କମଲ୍ ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମ୍ୟାଚ୍କୁ ଶିବ ଦାଶ, ସୁଜିତ କୁମାର ପାତ୍ର, ଦୂର୍ଗା ଆଚାର୍ଯ୍ୟ ଏବଂ ରଜତ ମଲ୍ଲିକ ପରିଚାଳନା କରିଥିଲେ। ଶୁକ୍ରବାର ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ ଏଜି ଓଡ଼ିଶା ଏବଂ କଟକର ମଙ୍ଗଳା କ୍ଲବ୍ ମଧ୍ୟରେ ଖେଳାଯିବ।
ଭାଗ୍ୟଧର ଟ୍ରଫି ଫୁଟ୍ବଲ୍ ଫାଇନାଲ୍ରେ ବାରବାଟୀ ସ୍ପୋର୍ଟିଂ
/sambad/media/post_attachments/wp-content/uploads/2017/12/football-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)