ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜର ଅଂଶ ହୋଇନଥିଲେ ଭାରତୀୟ କ୍ରିକେଟର ବିରାଟ କୋହଲି। ଏହି ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିବା ଆଗକୁ ସେ ବର୍ଡର-ଗାଭାସ୍କର ଟ୍ରଫି ପାଇଁ ପଡ଼ିଆକୁ ଓହ୍ଲାଇବ, ଯାହା ଫେବ୍ରୁଆରି ୯ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଅଷ୍ଟ୍ରେଲିଆ ବିପକ୍ଷ ଏହି ଟେଷ୍ଟ ସିରିଜ ପାଇଁ ପ୍ରଶିକ୍ଷଣ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ବିରାଟ ତାଙ୍କ ପତ୍ନୀ ଅନୁଷ୍କାଙ୍କ ସହ ଉତ୍ତରପ୍ରଦେଶର ଏକ ଆଧ୍ୟାତ୍ମିକ ସ୍ଥାନରେ ନଜର ଆସିଥିଲେ। ଏହି ଦମ୍ପତିଙ୍କ ଗସ୍ତର କିଛି ଫଟୋ ଏବଂ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ସୋସିଆଲ ମିଡିଆରେ ପ୍ରଶଂସକମାନେ କରୁଥିବା ଦାବି ଅନୁଯାୟୀ ଏହି ଦମ୍ପତି ଋଷିକେଶର ସ୍ୱାମୀ ଦୟାନନ୍ଦ ଆଶ୍ରମରେ ସ୍ୱାମୀ ଦୟାନନ୍ଦଜୀ ମହାରାଜଙ୍କ ସମାଧି ପରିଦର୍ଶନ କରିଥିଲେ। କୋହଲିଙ୍କୁ ସେଠାରେ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ଘେରିଯିବା ସହ ଅଟୋଗ୍ରାଫ୍ ମାଗିଥିଲେ। ଟ୍ୱିଟରରେ ସେୟାର ହୋଇଥିବା ଏକ ଭିଡିଓରେ ବିରାଟ କ୍ରିକେଟ୍ ବଲରେ ଅଟୋଗ୍ରାଫ୍ ଦେଉଥିବା ଦେଖିବାକୁ ମିଳିଛି। ତେବେ ଏହି ଭିଡିଓରେ ବିରାଟ କହିଥିବା କଥାକୁ ନେଇ ଭିଡିଓଟି ଏବେ ଭାଇରାଲ ହେଉଛି। କ୍ରିକେଟ୍ ବଲରେ ଅଟୋଗ୍ରାଫ୍ ଦେଉଥିବା ବେଳେ କିଛି ପ୍ରଶଂସକ ଭିଡିଓ ରେକର୍ଡ କରୁଥିବାରୁ ବିରାଟ ତାଙ୍କୁ ନମ୍ର ହୋଇ ଭିଡିଓ ରେକର୍ଡ କର ନାହିଁ ବୋଲି କହୁଛନ୍ତି। ଭାଇ ଏଇଟା ଆଶ୍ରମ। ଭିଡିଓ କର ନାହିଁ ବୋଲି କହୁଛନ୍ତି ବିରାଟ।
Virat kohli suffering from success 🔥👑 pic.twitter.com/PDfE7vtu5H
— Ameee ♥ (@kohlifanAmeee) January 31, 2023
ତେବେ ଦୟାନନ୍ଦଜୀ ମହାରାଜଙ୍କ ସମାଧି ପରିଦର୍ଶନ କରି ବିରାଟ-ଅନୁଷ୍କା ସେଠାରେ ଥିବା ସନ୍ଥଙ୍କ ପାଇଁ ଭଣ୍ଡାରାର ଆୟୋଜନ କରିଥିଲେ ବୋଲି ଜଣାପଡ଼ିଛି।