ସାମାଜିକ ଗଣମାଧ୍ୟମଠାରୁ ଆରମ୍ଭ କରି ଟିଭି ଷ୍ଟୁଡିଓ ପର୍ଯ୍ୟନ୍ତ ସବୁଠି ଅଷ୍ଟ୍ରେଲିଆ ଦଳର କଳା କାରନାମା ଚର୍ଚାର ବିଷୟ ହୋଇଛି। ଏପରିକି ଟ୍ଵିଟରରେ କଙ୍ଗାରୁ ଦଳକୁ ‘ଠକ’ ଉପାଧି ମିଳି ସାରିଛି। ଏଭଳି ସ୍ଥିତିରେ ଆଇସିସି ସ୍ମିଥଙ୍କୁ ମାତ୍ର ଗୋଟିଏ ଟେଷ୍ଟରୁ ବାସନ୍ଦ କରିବା ଏବଂ ବନକ୍ରଫ୍ଟଙ୍କୁ କେବଳ ଜରିମାନା ଦେଇ ଛାଡ଼ି ଦେବା ନେଇ ଭାରତୀୟ ସ୍ପିନର ହରଭଜନ ସିଂହ ପ୍ରଶ୍ନ ଉଠାଇଛନ୍ତି। ଭିନ୍ନ ଭିନ୍ନ ଲୋକଙ୍କ ପାଇଁ ଆଇସିସି ନିୟମ ମଧ୍ୟ ଭିନ୍ନ ଭିନ୍ନ ବୋଲି ସେ ତାତ୍ସଲ୍ୟ କରିଛନ୍ତି। ଏହି କ୍ରମରେ ସେ ଆଇସିସିକୁ ୨୦୦୧ରେ ଭାରତୀୟ କ୍ରିକେଟ୍ ଦଳ ଦକ୍ଷିଣ ଆଫ୍ରିକାରେ କିଭଳି ହଟ ହଟା ହୋଇଥିଲା ଏବଂ ୨୦୦୮ରେ ସିଡନି ଟେଷ୍ଟ୍ରେ ମଙ୍କି ଗେଟ୍ ମାମଲାରେ ପ୍ରମାଣ ନଥାଇ ତାଙ୍କୁ କିଭଳି ୩ ଟେଷ୍ଟ୍ରୁ ବାସନ୍ଦ କରାଯାଇଥିଲା ତାହା ଆଇସିସିକୁ ଚେତାଇ ଦେଇଛନ୍ତି। ଭଜି ଟ୍ଵିଟ୍ କରି କହିଛନ୍ତି ବାଃ ଆଇସିସି ବାଃ, ନିରପେକ୍ଷତାର କି ନମୁନା। ପ୍ରମାଣ ଥାଇ ମଧ୍ୟ ବନକ୍ରଫ୍ଟଙ୍କୁ ବାସନ୍ଦ ନାହିଁ। ହେଲେ ୨୦୦୧ରେ ମାତ୍ରାଧିକ ଅପିଲ ଅଭିଯୋଗରେ ଆମ ଦଳର ୬ ଜଣକୁ ବାସନ୍ଦ କରି ଦିଆ ଯାଇଥିଲା। ସିଡ୍ନି ୨୦୦୮ କଥା ମନେ ପଡ଼ୁଛି। ଦୋଷୀ ସାବ୍ୟସ୍ତ ନ ହୋଇ ମଧ୍ୟ ୩ ଟେଷ୍ଟ୍ରୁ ବାସନ୍ଦ। ଅଲଗା ଅଲଗା ଲୋକଙ୍କ ପାଇଁ ଅଲଗା ଅଲଗା ନିୟମ।
ଆଇସିସି ନିଷ୍ପତ୍ତି ନେଇ ପ୍ରଶ୍ନ ଉଠାଇଲେ ଭଜି
/sambad/media/post_attachments/wp-content/uploads/2018/03/Harbhajan-Singh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)