ଆଫ୍ରିଦିଙ୍କ ‘କାଶ୍ମୀର’ ମନ୍ତବ୍ୟର କଡ଼ା ଜବାବ ଦେଲେ ଗମ୍ଭୀର

ଆଫ୍ରିଦିଙ୍କଠାରୁ ସବୁ ସମ୍ପର୍କ ତୁଟାଇେଲ ଭଜି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କାଶ୍ମୀର ପ୍ରସଙ୍ଗ ଉପରେ ପାକିସ୍ତାନ କ୍ରିକେଟର ସାହିଦ ଆଫ୍ରିଦି ଦେଇଥିବା ମନ୍ତବ୍ୟ ପାଇଁ ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କୁ କଡ଼ା ଜବାବ ଦେଇଛନ୍ତି। ଏକ ବୈଦ୍ୟୁତିକ ଗଣମାଧ୍ୟମରେ ପ୍ରସାରିତ ଖବର ଅନୁଯାୟୀ ଆଫ୍ରିଦି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମାଲୋଚନା କରୁଥିବା ଶୁଣାଯାଇଥିଲା। ଏହାର ଜବାବ ଦେବାକୁ ଯାଇ ଗମ୍ଭୀର ସାମାଜିକ ଗଣମାଧ୍ୟମରେ ଲେଖିଛନ୍ତି ଯେ, ‘ପାକିସ୍ତାନ ପାଖରେ ୭ ଲକ୍ଷ ଫୋର୍ସ ଥିବା ବେଳେ ୨୦ କୋଟି ଜନସ˚ଖ୍ୟ ରହିଛି। ତଥାପି ଦୀର୍ଘ ୭୦ ବର୍ଷ ଧରି କାଶ୍ମୀରକୁ ପାଇବା ପାଇଁ ଭିକ ମାଗୁଛନ୍ତି।’

ଆଫ୍ରିଦି, ଇମ୍ରାନ ଓ ବାଜଵାଙ୍କ ଭଳି ଜୋକର ପାକିସ୍ତାନ ଲୋକଙ୍କୁ ବୋକା ବନାଇବା ପାଇଁ ଭାରତ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିଷ ଓଗାଳୁଛନ୍ତି। କିନ୍ତୁ ସେମାନେ କାଶ୍ମୀରକୁ ହାସଲ କରିପାରିବେନି। ଏପରିସ୍ଥଳେ ବା˚ଲାଦେଶ କଥା ସ୍ମରଣ କରିବାକୁ ଗମ୍ଭୀର ତାଙ୍କ ଜବାବରେ ଲେଖିଛନ୍ତି। ଉଭୟ ଗମ୍ଭୀର ଓ ଆଫ୍ରିଦି ଯେତେବେଳେ ନିଜ ନିଜ ଦେଶ ପାଇଁ ଖେଳୁଥିଲେ ସେତେବେଳେ ସେମାନଙ୍କ ଭିତରେ ତିକ୍ତତା ଦେଖିବାକୁ ମିଳୁଥିଲା। ଏପରିକି ଏହି ପାକିସ୍ତାନ ଖେଳାଳି ଗତବର୍ଷ ଏପ୍ରିଲରେ ପ୍ରକାଶିତ ତାଙ୍କର ଆତ୍ମଜୀବନୀ ‘ଦି ଗେମ୍‌ଚେଞ୍ଜର’ରେ ଗୌତମ ଗମ୍ଭୀରଙ୍କ ବିଷୟରେ ଉଲ୍ଲେଖ କରିଥିଲେ। ତାଙ୍କ ଖେଳଜୀବନୀ ମଧ୍ୟରେ ଗମ୍ଭୀରଙ୍କ ସହ ସର୍ବାଧିକଥର ପଡ଼ିଆ ଭିତରେ ଝଗଡ଼ା ହୋଇଥିବା ସେ ଦର୍ଶାଇଥିଲେ। ତେବେ ସେଗୁଡିକ ଭିତରୁ କେତେକ ବ୍ୟକ୍ତିଗତ ହୋଇଥିଲା ବେଳେ ଅନ୍ୟଗୁଡ଼ିକ ପେସାଦାର ଥିଲା। ଗମ୍ଭୀରଙ୍କର କୌଣସି ବ୍ୟକ୍ତିତ୍ବ ନଥିଲା ବେଳେ ତାଙ୍କର କିଛି କୀର୍ତ୍ତିମାନ ମଧ୍ୟ ନଥିବା ଆଫ୍ରିଦି ତାଙ୍କ ଆତ୍ମଜୀବନୀରେ ଲେଖିଥିଲେ। ଏହାର ଜବାବରେ ଗମ୍ଭୀର ତାଙ୍କୁ ୨୦୦୭ ଟ୍ବେଣ୍ଟି-୨୦ ବିଶ୍ବକପ୍‌ ଫାଇନାଲ୍‌ ମ୍ୟାଚ୍‌ ଘଟଣା ମନେପକାଇ ଦେଇଥିଲେ। ଗମ୍ଭୀର ୫୪ ବଲ୍‌ରୁ ୭୫ ରନ୍‌ ସ˚ଗ୍ରହ କରିଥିଲା ବେଳେ ଆଫ୍ରିଦି ମାତ୍ର ଗୋଟିଏ ବଲ୍‌ରେ ପାଭିଲିଅନ ଫେରିଥିଲେ। ଭାରତ ଏହି ପ୍ରଥମ ସ˚ସ୍କରଣରେ ବିଜେତା ହୋଇଥିଲା। ଏଥିସହ ମିଥ୍ୟାବାଦୀ, ଦେଶଦ୍ରୋହୀ ଓ ସୁବିଧାବାଦୀଙ୍କ ପାଇଁ ତାଙ୍କର ଦୃଷ୍ଟିଭଙ୍ଗୀ ରହିଥିବା ଗମ୍ଭୀର କହିଥିଲେ।

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ କ୍ରିକେଟର୍‌ ସହିଦ ଆଫ୍ରିଦି କାଶ୍ମୀରବାସୀଙ୍କ ଯନ୍ତ୍ରଣା ଅନୁଭବ କରିବା ଲାଗି ଏକ ଧାର୍ମିକ ବିଶ୍ୱାସର ଆବଶ୍ୟକତା ନାହିଁ … ଠିକ୍ ସ୍ଥାନରେ ଠିକ୍ ହୃଦୟ ବୋଲି ପୂର୍ବରୁ କହିଥିଲେ। ଶୁକ୍ରବାର ସେ ଏକ ଟୁଇଟ୍‌ରେ କାଶ୍ମୀରକୁ ବଂଚାନ୍ତୁ ବୋଲି କହିଛନ୍ତି। କାଶ୍ମୀର ଉପରେ ତାଙ୍କର ଏହି ମନ୍ତବ୍ୟକୁ ରବିବାର କଡ଼ା ସମାଲୋଚନା କରିଛନ୍ତି ଭାରତୀୟ କ୍ରିକେଟର୍‌ ହରଭଜନ ସିଂହ। ‌ଏବେଠୁ ଆଫ୍ରିଦିଙ୍କ ସହ ମୋର କୌଣସି ସମ୍ପର୍କ ନାହିଁ ବୋଲି ଭଜି କହିଛନ୍ତି। ଆମ ଦେଶ ତଥା ପ୍ରଧାନମନ୍ତ୍ରୀଙ୍କ ସଂପର୍କରେ ଅରୁଚିକର କଥା କହି ଆଫ୍ରିଦି ଯାହା ଆଣିଛନ୍ତି ତାହା ଅତ୍ୟନ୍ତ ଅସନ୍ତୋଷଜନକ। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ହରଭଜନ କହିଛନ୍ତି।

ସତ କହିବାକୁ ଗଲେ ସେ (ଆଫ୍ରିଦି) ଆମକୁ କରୋନା ବିପକ୍ଷ ଲଢ଼େଇ ପାଇଁ ସହଯୋଗ କରିବାକୁ କହିଥିଲେ। ଲୋକଙ୍କ ହିତ ଦୃଷ୍ଟିରୁ ଆମେ ତାଙ୍କୁ ସହଯୋଗ କରିଥିଲୁ। କିନ୍ତୁ ଏହି ବ୍ୟକ୍ତି ଆମ ଦେଶ ବିଷୟରେ ଖରାପ କଥା କହୁଛନ୍ତି। ଆମ ଦେଶ ବିରୋଧରେ ଖରାପ କଥା କହିବାରେ ତାଙ୍କର କୌଣସି ଅଧିକାର ନାହିଁ ଏବଂ ସେ ତାଙ୍କ ଦେଶରେ ରହିବା ଉଚିତ। ମୁଁ ଏହି ଦେଶରେ ଜନ୍ମ ହୋଇଛି ଏବଂ ଏହି ଦେଶରେ ହିଁ ମରିବି। ୨୦ ବର୍ଷରୁ ଅଧିକ ସମୟ ମୋ ଦେଶ ପାଇଁ ଖେଳିଛି ଏବଂ ଅନେକ ମ୍ୟାଚ୍‌ ମଧ୍ୟ ଜିତିଛି। କେହି କହିପାରିବେ ନାହିଁ ଯେ ମୋ ଦେଶ ବିରୋଧରେ ମୁଁ କିଛି କରିଛି। ଯଦି ମୋ ଦେଶ ମୋତେ ଯେକୌଣସି ସମୟରେ ଆବଶ୍ୟକ କରେ ସୀମାରେ ମଧ୍ୟ ମୁଁ ବନ୍ଧୁକ ଉଠାଇବାକୁ ପ୍ରସ୍ତୁତ ବୋଲି ଭଜି କହିଛନ୍ତି।

ଅନ୍ୟପକ୍ଷରେ ଆଫ୍ରିଦିଙ୍କ ଭାରତ ବିରୋଧୀ ମନ୍ତବ୍ୟ ପରେ ହରଭଜନଙ୍କ ବ୍ୟତୀତ ଯୁବରାଜ ସିଂହ ମଧ୍ୟ ତାଙ୍କ ପ୍ରତିଷ୍ଠାନକୁ କରୋନା ସହାୟତା ନିେବଦନ ଲାଗି ଅନୁତାପ କରିଛନ୍ତି। ଆମେ ଭୁଲ୍‌ ବାଟରେ ସହାୟତା ନିେବଦନ କରିଥିେଲ ବୋଲି ଭଜିଙ୍କ ପରେ ଯୁବି ମଧ୍ୟ କହିଛନ୍ତି। ଦେଶ ତଥା ଆମ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କେହି ମନ୍ତବ୍ୟ ଦେଲେ ତାଙ୍କ ସହ ସମସ୍ତ ସଂପର୍କ କାଟିବାକୁ ବାଧ୍ୟ ହେବୁ ବୋଲି ଯୁବି କହିଛନ୍ତି।

ସମ୍ବନ୍ଧିତ ଖବର