ମ୍ୟୁନିକ୍: ଯୁବ ବନ୍ଧୁକଚାଳିକା ମନୁ ଭାକର ଭାରତ ପାଇଁ ସପ୍ତମ ଅଲିମ୍ପିକ୍ ଟିକେଟ୍ ପକ୍କା କରିଛନ୍ତି। ୧୦ ମିଟର ପିସ୍ତଲ (ମହିଳା)ରେ ଏହା ଭାରତର ପ୍ରଥମ ଅଲିମ୍ପିକ୍ ଟିକେଟ୍। ପୂର୍ବରୁ ସୌରଭ ଚୌଧୁରୀ ଏବଂ ଅଭିଷେକ ବର୍ମା ଦିଲ୍ଲୀ ଏବଂ ବେଜିଂ ବିଶ୍ବକପ୍ରେ ୧୦ ମିଟର ପିସ୍ତଲ (ପୁରୁଷ)ରେ ଅଲିମ୍ପିକ୍ ଟିକେଟ୍ ହାସଲ କରିଥିଲେ।
ଜର୍ମାନିର ମ୍ୟୁନିକ୍ରେ ଚାଲିଥିବା ଆଇଏସ୍ଏସ୍ଏଫ୍ ତୃତୀୟ ବିଶ୍ବକପ୍ର ଗୁରୁବାର ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲ୍ରେ ମାତ୍ର ୦.୧ ପାଇଁ ପଦକରୁ ବଞ୍ଚିତ ହୋଇଥିବା ୧୭ ବର୍ଷୀୟା ଭାକର (୨୦୧ ପଏଣ୍ଟ୍) କିନ୍ତୁ ଅଲିମ୍ପିକ୍ ଟିକେଟ୍ ହାତେଇ ନେଇଥିଲେ। ଗ୍ରିକ୍ର ଆନ୍ନା କୋରାକାକି (୨୪୧.୪) ସ୍ବର୍ଣ୍ଣ, ଚୀନ୍ର ୱି କ୍ବିଆନ୍ (୨୩୯.୬) ରୌପ୍ୟ ଏବଂ କୋରିଆର ମିନ୍ଜୁଙ୍ଗ କିମ୍ କାଂସ୍ୟଙ୍କ ପଛକୁ ଚତୁର୍ଥରେ ରହି ପଦକ ଜିତିବାରେ ବିଫଳ ହୋଇଥିଲେ। ଯୋଗ୍ୟତା ପର୍ଯ୍ୟାୟରେ ସେ ୫୮୨ ପଏଣ୍ଟ୍ ସହ ଫାଇନାଲ୍ରେ ପ୍ରବେଶ କରିଥିଲେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଯଶସ୍ବିନୀ ସିଂହ ଦେସୱାଲ (୫୭୪) ୨୨ତମ ଏବଂ ହୀନା ସିଧୁ (୫୭୦) ୪୫ତମ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ।
ଅଲିମ୍ପିକ୍ ଟିକେଟ୍ ପକ୍କା କଲେ ଭାକର
/sambad/media/post_attachments/wp-content/uploads/2019/05/manu-bhakar-in-shooting.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)