ବ୍ରହ୍ମପୁର: ଅଷ୍ଟ୍ରେଲିଆର ସାମୋଆରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ ଉଦୀୟମାନ ଭାରୋତ୍ତୋଳକ ଭକ୍ତରାମ ଦେଷ୍ଟି। ଅନ୍ତର୍ଜାତୀୟ ପଦାର୍ପଣରେ ପଦକ ହାତେଇଥିବା ଭକ୍ତରାମ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଅକ୍ଟୋବର ମାସରେ ଥାଇଲାଣ୍ଡରେ ହେବାକୁ ଥିବା ଏସୀୟ ପ୍ରତିଯୋଗିତା ପାଇଁ ସେ ମନୋନୀତ ହୋଇଛନ୍ତି। ସେଥିପାଇଁ ପ୍ରସ୍ତୁତି କରିବାକୁ ପୁଣିଥରେ ସେ ପଟିଆଲା ସ୍ଥିତ ଭାରୋତ୍ତୋଳନ ଜାତୀୟ ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଛନ୍ତି। ତେବେ ଅଷ୍ଟ୍ରେଲିଆରୁ ପଦକ ଜିତି ଫେରିବା ପରେ ଭକ୍ତରାମଙ୍କ ସହ ସମସ୍ତ ପଦକ ବିଜେତାଙ୍କୁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜଜୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସହ ଫଟୋ ଉଠାଇଥିଲେ। ଏହାପରେ ଭକ୍ତରାମ ଜାତୀୟ ଶିବିରରେ ଯୋଗ ଦେବାପାଇଁ ଗତକାଲି ପଟିଆଲା ଗସ୍ତ କରିଥିବା ଜଣାପଡ଼ିଛି।
Advertisment

Sambad is now on WhatsApp
Join and get latest news updates delivered to you via WhatsApp