ଭଂଜ ଟ୍ରଫି ଫାଇନାଲ୍‌ରେ କିଶୋର କ୍ଲବ୍‌

ଭଂଜନଗର: ଭୁବନେଶ୍ୱରର କିଶୋର କ୍ଲବ୍‌ ସର୍ବଭାରତୀୟ ଭଂଜ ଟ୍ରଫି ଫୁଟ୍‌ବଲ ପ୍ରତିଯୋଗିତାର ଫାଇନାଲ୍‌ ପ୍ରବେଶ କରିଛି। ମଙ୍ଗଳବାର ସେମିଫାଇନାଲ୍‌ରେ କିଶୋର କ୍ଲବ୍‌ ୧-୦ ଗୋଲ୍‌ରେ ଅନ୍ୟତମ ଭୁବନେଶ୍ୱର ଦଳ ସଂଘର୍ଷ କ୍ଲବ୍‌କୁ ପରାସ୍ତ କରିଛି। ନିର୍ଧାରିତ ସମୟ ଗୋଲଶୂନ୍ୟ ରହିବା ପରେ ପେନାଲଟି ସୁଟ୍‌ ଆଉଟ୍‌ରେ ମଧ୍ୟ ଫଳ ୫-୫ ସମାନ ସ୍ଥିତି ରହିଥିଲା। ଶେଷରେ ସଡନ୍‌ ଡେଥ୍‌ରେ କିଶୋର କ୍ଲବ୍‌ ଜିତିଥିଲା।

ସମ୍ବନ୍ଧିତ ଖବର