ଭଂଜନଗର: ଭଂଜନଗର ଫୁଟବଲ ସଂଘ ପକ୍ଷରୁ ଆୟୋଜିତ ୪ର୍ଥ ସର୍ବଭାରତୀୟ ‘ଭଂଜ ଟ୍ରଫି’ ପ୍ରତିଯୋଗିତାରେ କଟକର ଓଡ଼ିଶା ପୁଲିସ ବିଜେତା ହୋଇଛି। ରବିବାର ସ୍ଥାନୀୟ କବି ସମ୍ରାଟ ଖେଳ ପଡ଼ିଆରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ପୂର୍ବ ବର୍ଷର ବିଜେତା ଭୁବନେଶ୍ୱର କିଶୋର କ୍ଲବକୁ ୧-୦ ଗୋଲରେ ପରାସ୍ତ କରି ଓଡ଼ିଶା ପୁଲିସ୍ ଦଳ ଏହି ସଫଳତା ହାସଲ କରିଛି। ମ୍ୟାଚ୍ର ପ୍ରଥମାର୍ଧ ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟାର୍ଧରେ ଓଡ଼ିଶା ପୁଲିସର ଅଇଥାସିଂ ଗୁରୁଙ୍ଗ ମ୍ୟାଚ୍ର ଏକମାତ୍ର ଗୋଲ୍ କରିଥିଲେ। ବିଜେତା ଦଳର ଗୋବିନ୍ଦ ସେନାପତି ମ୍ୟାଚ୍ର ଶ୍ରେଷ୍ଠ ଖେଳାଳି ଓ ନାରାୟଣ ମୁର୍ମୁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି, ଭୁବନେଶ୍ୱର ସଂଘର୍ଷ କ୍ଲବ୍ର ସରୋଜ ମହାରାଣା ଶ୍ରେଷ୍ଠ ଗୋଲ ରକ୍ଷକ, ଅଭିମନ୍ୟୁ ପାଣ୍ଡେ ଶ୍ରେଷ୍ଠ ଅଗ୍ରଭାଗ ଖେଳାଳି, କିଶୋର କ୍ଲବର ସୁଶିମ ବାର୍ଲା ଶ୍ରେଷ୍ଠ ରକ୍ଷଣଭାଗ ଏବଂ ହାଇଦ୍ରାବାଦ ଆର୍ମୀ ଏକାଦଶ ଶ୍ରେଷ୍ଠ ଶୃଙ୍ଖଳିତ ଦଳ ଭାବେ ପୁରସ୍କୃତ ହୋଇଥିଲେ।
ଭଂଜ ଟ୍ରଫି ଜିତିଲା ଓଡିଶା ପୁଲିସ
ନାରାୟଣ ମୁର୍ମୁ ଶ୍ରେଷ୍ଠ ଖେଳାଳି
/sambad/media/post_attachments/wp-content/uploads/2017/12/bhanja-trophy.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)