ମେସ୍କୋ,: ସ୍ୱିଜରଲାଣ୍ଡ ବିପକ୍ଷ ମ୍ୟଚ୍‌ ବେଳେ ଭିଡିଓ ସହାୟକ ରେଫରି (ଭାର୍‌)ର ବ୍ୟବହାର ନ କରିବାରୁ ବ୍ରାଜିଲୀୟ ଫୁଟ୍‌ବଲ୍‌ କନ୍‌ଫେଡେରେସନ୍‌ (ସିବିଏଫ୍‌) ଫିଫା ନିକଟରେ ଅଭିଯୋଗ କରିଛି। ରବିବାରର ସ୍ୱିଜରଲାଣ୍ଡ୍‌ ବିପକ୍ଷ ମ୍ୟାଚ୍‌ ବେଳେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ପଡ଼ିଆ ରେଫରି ଭାର୍‌ର ସହଯୋଗ ନେଇ ନଥିଲେ। ଫଳରେ ଦଳ ବିଜୟରୁ ବଞ୍ଚିତ ହେଲା ବୋଲି ସିବିଏଫ୍‌ ଅଭିଯୋଗ କରିଛି। ବ୍ରାଜିଲ୍‌ ରକ୍ଷଣଭାଗ ଖେଳାଳି ମିରାଣ୍ଡାଙ୍କୁ ସ୍ୱିଜରଲାଣ୍ଡ୍‌ର ଷ୍ଟିଭେନ୍‌ ଜୁବେର୍‌ ଧକ୍କା ଦେଇ ହେଡ୍‌ ମାରି ଗୋଲ୍‌ କରିଥିଲେ। ସେହିଭଳି ଗ୍ରାବିଏଲ୍‌ ଜିସୁସ୍‌ଙ୍କୁ ପେନାଲ୍‌ଟି ଏରିଆ ଭିତରେ ସ୍ୱିଜରଲାଣ୍ଡ ଖେଳାଳିମାନେ ଟଣାଓଟରା କରିବା ସ୍ୱତ୍ୱେ ବିପକ୍ଷ ଦଳକୁ ସ୍ପଟ୍‌ କିକ୍‌ ମିଳିଥିଲା। ଏହି ଦୁଇ ନିଷ୍ପତ୍ତିକୁ ପୂନଃର୍ବିଚାର କରିବା ଲାଗି ବ୍ରାଜିଲ ଖେଳାଳି ଅନୁରୋଧ କରିଥିଲେ। କିନ୍ତୁ ରେଫରି ଏହାକୁ ଟାଳି ଭାର୍‌ର ସହଯୋଗ ନେଇ ନଥିଲେ।