ଭୁବନେଶ୍ବର: ଓଡ଼ିଶା ଚେସ୍ ଇତିହାସରେ ପ୍ରଥମ ଥର ପାଇଁ ଆୟୋଜିତ ମର୍ଯ୍ୟାଦାଜନକ ଭାରତ-ଚୀନ ଚେସ୍ ସମ୍ମିଳନୀ କିଟ୍ ବିଶ୍ବବିଦ୍ୟାଳୟରେ ମଙ୍ଗଳବାର ଉଦ୍ଘାଟିତ ହୋଇଯାଇଛି। ରାଜ୍ୟ ସରକାର, ଅଲ୍ ଇଣ୍ଡିଆ ଚେସ୍ ସଂଘ (ଏଆଇସିଏଫ୍), ନିଖିଳ ଓଡ଼ିଶା ଚେସ୍ ସଂଘ (ଏଓସିଏ), କିଟ୍ ବିଶ୍ବବିଦ୍ୟାଳୟ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେଉଥିବା ଏହି ସମ୍ମିଳନୀରେ ଉଭୟ ଭାରତ ଓ ଚୀନର ୪ ଲେଖାଏଁ ବିଶ୍ବସ୍ତରୀୟ ଗ୍ରାଣ୍ଡମାଷ୍ଟର୍ ମୁହାଁମୁହିଁ ହେଉଛନ୍ତି। ଏହି ଅବସରରେ ଏକ େଚସ୍ ବୈଷୟିକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଯାଇଛି। ଚୀନ୍ ଦଳରେ ଲୁ ସାଙ୍ଗଲେଇ (୨୬୩୫), ଜୁ ଜିଆଙ୍ଗ୍ୟୁ (୨୫୮୬), ବାଇ ଜିନ୍ସୀ (୨୫୫୬), ଜୁ ୟିଙ୍ଗଲୁନ୍ (୨୫୩୩) ଏବଂ ଭାରତୀୟ ଦଳରୁ ମୁରଲୀ କାର୍ତିକେୟନ (୨୬୦୫), ଶ୍ରୀନାଥ ନାରାୟଣନ୍ (୨୫୬୫), ଭିଆର୍ ଅରବିନ୍ଦ ଚିଦାମ୍ବରମ୍ (୨୫୭୮) ଏବଂ ଆର୍ଯ୍ୟନ ଚୋପ୍ରା (୨୫୪୧) ପ୍ରତିନିଧିତ୍ବ କରିବେ। କିଟ୍ ଏବଂ କିସ୍ ପ୍ରତିଷ୍ଠାତା ତଥା ରାଜ୍ୟସଭା ସାଂସଦ ଅଚ୍ୟୁତ ସାମନ୍ତ ଖେଳାଳିଙ୍କୁ ସ୍ବାଗତ କରିବା ସହ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ। କିଟ୍ କ୍ରୀଡ଼ା ନିର୍ଦେଶକ ଗଗନେନ୍ଦୁ ଦାଶ, ଆଇଏମ୍ ତଥା ଏଓସିଏ ସଭାପତି ଶେଖର ଚନ୍ଦ୍ର ସାହୁ, ଉପସଭାପତି ରଞ୍ଜନ ମହାନ୍ତି, ସଂପାଦକ କୃଷ୍ଣ କୁମାର ଶର୍ମା, ଓସଜା ସଂପାଦକ ସନାତନ ପାଣି ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।
ଭାରତ-ଚୀନ୍ ଚେସ୍ ସମ୍ମିଳନୀ ଉଦ୍ଘାଟିତ
/sambad/media/post_attachments/wp-content/uploads/2018/10/chess-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)