ଭାରତ-କୋହଲି ଶୀର୍ଷରେ ସ୍ଥିର

ଦୁବାଇ,: ଅଷ୍ଟ୍ରେଲିଆରେ ପ୍ରଥମ ଶୃଙ୍ଖଳା ବିଜୟ ହାସଲ କରିବା ପରେ ଆଇସିସି ଟେଷ୍ଟ୍‌ ମାନ୍ୟତାର ଶୀର୍ଷ ସ୍ଥାନରେ ଭାରତୀୟ କ୍ରିକେଟ୍ ଦଳ ଏବଂ ଏହାର ଚର୍ଚିତ ଅଧିନାୟକ ବିରାଟ କୋହଲି ନିଜ ନିଜ ସ୍ଥାନ ମଜବୁତ କରି ନେଇଛନ୍ତି। ଭାରତୀୟ କ୍ରିକେଟ୍ ଦଳ ୧୧୬ ପଏଣ୍ଟ୍‌ ସହ ପ୍ରଥମ ସ୍ଥାନରେ ସ୍ଥିର ରହିଥିଲା ବେଳେ କୋହଲି ୯୨୨ ପଏଣ୍ଟ୍‌ ଅର୍ଜନ କରି ଏହି ସ୍ଥାନରେ ପାଦ ଜମାଇ ନେଇଛନ୍ତି। ବ୍ୟାଟ୍ସମ୍ୟାନ୍ ମାନ୍ୟତାର ଦ୍ବିତୀୟ ସ୍ଥାନରେ ଥିବା ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ୱିଲିୟମସନ୍‌ଙ୍କ (୮୯୭)ଠାରୁ କୋହଲି ପୂରା ୨୫ ପଏଣ୍ଟ୍‌ ଆଗରେ ରହିଛନ୍ତି। ସ୍ମରଣୀୟ ଅଷ୍ଟ୍ରେଲିଆ ଗସ୍ତ ପରେ ଭାରତର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ୍ ଚେତେଶ୍ବର ପୂଜାରା ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ସେହିଭଳି ଯୁବ ୱିକେଟ୍ ରକ୍ଷକ ଋଷବ ପନ୍ତ୍‌ ପ୍ରଥମ ଥର ପାଇଁ ଶ୍ରେଷ୍ଠ ୨୦ରେ ପ୍ରବେଶ କରିଛନ୍ତି। ସଂପ୍ରତି ସେ ୧୭ତମ ସ୍ଥାନରେ ରହିଛନ୍ତି। ଟେଷ୍ଟ୍‌ ବୋଲର ମାନ୍ୟତାରେ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର କାଗିସୋ ରବାଦା ପୂର୍ବଭଳି ଏକ ନମ୍ବର ସ୍ଥାନରେ ରହିଛନ୍ତି। ଦୁଇ ଭାରତୀୟ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ ଓ ରବୀନ୍ଦ୍ର ଜାଦେଜା ଯଥାକ୍ରମେ ପଞ୍ଚମ ଏବଂ ନବମ ସ୍ଥାନରେ ଅଛନ୍ତି। ସଦ୍ୟ ସମାପ୍ତ ଶୃଙ୍ଖଳାରେ କଙ୍ଗାରୁ ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଥିବା ଯସପ୍ରୀତ ବୁମ୍‌ରା ପଞ୍ଚଦଶ ସ୍ଥାନକୁ ଲମ୍ଫ ମାରିଛନ୍ତି। ତାଙ୍କ ବ୍ୟକ୍ତିଗତ ପଏଣ୍ଟ୍‌ ସଂଖ୍ୟା ୭୧୧ରେ ପହଞ୍ଚି ଯାଇଛି। ଦଳଗତ ଟେଷ୍ଟ୍‌ ମାନ୍ୟତାରେ ଇଂଲଣ୍ଡ ତୃତୀୟ ସ୍ଥାନରେ ରହିଛି। ଏହି ସ୍ଥାନ ବଜାୟ ରଖିବାକୁ ହେଲେ ବୁଧବାରଠାରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ ଇଂଲଣ୍ଡକୁ ଜିତିବାକୁ ହେବ। ସେହିଭଳି ଗୁରୁବାରଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଶୃଙ୍ଖଳାରେ ଏହି ଦୁଇ ଦଳ ମୂଲ୍ୟବାନ ପଏଣ୍ଟ୍‌ ଅର୍ଜନ କରିବାକୁ ଚେଷ୍ଟା କରିବେ। ଇଣ୍ଡିଜକୁ ୩-୦ରେ ହରାଇଲେ ଇଂଲଣ୍ଡ ୧୦୯ରେ ପହଞ୍ଚିବ। ତଥାପି ଭାରତ ଓ ଦକ୍ଷିଣ ଆଫ୍ରିକା ପଛକୁ ତୃତୀୟ ସ୍ଥାନରେ ରହିବ। ଶୃଙ୍ଖଳାର ଫଳାଫଳ ଯାହା ହେଉ ନା କାହିଁକି ୱେଷ୍ଟଇଣ୍ଡିଜ୍ ଅଷ୍ଟମ ସ୍ଥାନ ଉପରକୁ ଉଠିବ ନାହିଁ। ସେହିଭଳି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ଶୃଙ୍ଖଳାର ଫଳାଫଳ ଯାହା ହେଉ ନା କାହିଁକି ଏହି ଦୁଇ ଦଳ ଯଥାକ୍ରମେ ପଞ୍ଚମ ଓ ଷଷ୍ଠ ସ୍ଥାନରେ ଅପରିବର୍ତିତ ରହିବେ।

ଶ୍ରେଷ୍ଠ ୧୦ ଟେଷ୍ଟ୍‌ ବ୍ୟାଟ୍ସମ୍ୟାନ୍
ଖେଳାଳି ଦେଶ ପଏଣ୍ଟ
ବିରାଟ କୋହଲି ଭାରତ ୯୨୨
କେନ୍ ୱିଲିୟମସନ୍ ନ୍ୟୁଜିଲାଣ୍ଡ ୮୯୭
ଚେତେଶ୍ବର ପୂଜାରା ଭାରତ ୮୮୧
ଷ୍ଟିଭେନ୍ ସ୍ମିଥ୍ ଅଷ୍ଟ୍ରେଲିଆ ୮୭୪
ଜୋ ରୁଟ୍ ଇଂଲଣ୍ଡ ୮୦୭
ଡେଭିଡ୍ ୱାର୍ନର ଅଷ୍ଟ୍ରେଲିଆ ୭୭୨
ହେନରି ନିକୋଲସ ନ୍ୟୁଜିଲାଣ୍ଡ ୭୬୩
ଏଦେନ ମର୍କରାମ ଦକ୍ଷିଣ ଆଫ୍ରିକା ୭୪୧
ଦିମୁଥ କରୁଣାରତ୍ନେ ଶ୍ରୀଲଙ୍କା ୭୧୫
ହାସିମ ଆମଲା ଦକ୍ଷିଣ ଆଫ୍ରିକା ୭୧୧
ଶ୍ରେଷ୍ଠ ୧୦ ଟେଷ୍ଟ୍‌ ବୋଲର
କାଗି‌େସ‌ା ରବାଦା ଦକ୍ଷିଣ ଆଫ୍ରିକା ୮୮୨
ଜେମ୍ସ ଆଣ୍ଡରସନ୍ ଇଂଲଣ୍ଡ ୮୭୪
ଭର୍ନାନ ଫିଲାଣ୍ଡର ଦକ୍ଷିଣ ଆଫ୍ରିକା ୮୦୯
ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ୮୦୪
ରବୀନ୍ଦ୍ର ଜାଦେଜା ଭାରତ ୭୯୪
ଟ୍ରେଣ୍ଟ ବୋଲ୍ଟ ନ୍ୟୁଜିଲାଣ୍ଡ ୭୭୧
ମହମ୍ମଦ ଆବାସ ପାକିସ୍ତାନ ୭୭୦
ଟିମ୍ ସାଉଦି ନ୍ୟୁଜିଲାଣ୍ଡ ୭୬୭
ରବୀଚନ୍ଦ୍ରନ୍ ଅଶ୍ବିନ ଭାରତ ୭୬୩
ଜାସନ ହୋଲ୍ଡର ୱେଷ୍ଟଇଣ୍ଡିଜ୍ ୭୫୧
ଶ୍ରେଷ୍ଠ ୧୦ ଟେଷ୍ଟ୍‌ ଅଲରାଉଣ୍ଡର
ସକିବ-ଅଲ୍-ହାସନ ବାଂଲାଦେଶ ୪୧୫
ରବୀନ୍ଦ୍ର ଜାଦେଜା ଭାରତ ୩୮୭
ଜାସନ ହୋଲ୍ଡର ୱେଷ୍ଟଇଣ୍ଡିଜ୍ ୩୬୫
ବେନ୍ ଷ୍ଟୋକ୍ସ ଇଂଲଣ୍ଡ ୩୪୨
ଭର୍ନାନ ଫିଲାଣ୍ଡର ଦକ୍ଷିଣ ଆଫ୍ରିକା ୩୪୧
ରବିଚନ୍ଦ୍ରନ୍ ଅଶ୍ବିନ ଭାରତ ୩୨୧
ପ୍ୟାଟ୍ କମିନ୍ସ ଅଷ୍ଟ୍ରେଲିଆ ୩୦୧
ମୋଇନ ଅଲ୍ଲୀ ଇଂଲଣ୍ଡ ୨୯୨
ମିଚେଲ ଷ୍ଟାର୍କ ଅଷ୍ଟ୍ରେଲିଆ ୨୪୭

ଦଳଗତ ଟେଷ୍ଟ୍‌ ମାନ୍ୟତା
ଦଳ ସ୍ଥାନ ମ୍ୟାଚ୍ ପଏଣ୍ଟ୍‌ ରେଟିଂ
ଭାରତ ୧ ୪୩ ୫୦୦୭ ୧୧୬
ଦକ୍ଷିଣ ଆଫ୍ରିକା ୨ ୩୯ ୪୨୮୦ ୧୧୦
ଇଂଲଣ୍ଡ ୩ ୪୯ ୫୩୧୦ ୧୦୮
ନ୍ୟୁଜିଲାଣ୍ଡ ୪ ୩୦ ୩୨୧୩ ୧୦୭
ଅଷ୍ଟ୍ରେଲିଆ ୫ ୪୧ ୪୧୪୩ ୧୦୧
ଶ୍ରୀଲଙ୍କା ୬ ୪୫ ୪୧୦୩ ୯୧
ପାକିସ୍ତାନ ୭ ୩୨ ୨୮୦୩ ୮୮
ୱେଷ୍ଟଇଣ୍ଡିଜ୍ ୮ ୩୫ ୨୪୬୩ ୭୦
ବାଂଲାଦେଶ ୯ ୨୫ ୧୭୨୭ ୬୯
ଜିମ୍ବାୱେ ୧୦ ୧୧ ୧୩୮ ୧୩

ସମ୍ବନ୍ଧିତ ଖବର