ଭାସ୍କରଙ୍କୁ ଏସୀୟ କାଂସ୍ୟ

ଭୁବନେଶ୍ୱର: ଭୁବନେଶ୍ୱରର ପଟିଆରେ ରହୁଥିବା ବି ଭାସ୍କର ରାଓ କିର୍ଗିଜସ୍ତାନର ଚୋଲପାନ ଆଟା ସହରରେ ଆୟୋଜିତ ଏସୀୟ କନ୍‌ଫେଡେସେନ୍‌ କିକ୍‌ ବକ୍ସିଂ ପ୍ରତିଯୋଗିତାର ୭୯ କିଲୋଗ୍ରାମରୁ କମ୍‌ ଲାଇଟ୍‌ କଣ୍ଟାକ୍ଟରେ କାଂସ୍ୟ ପଦକ ଜିତିଛନ୍ତି। ଏହି ପ୍ରତିଯୋଗିତା ଚଳିତ ମାସ ୫ରୁ ୧୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା। ଏଥିଲାଗି ଭାସ୍କରଙ୍କ ସହ ଓଡ଼ିଶାରୁ ଅଭିଷେକ ଗୁପ୍ତା ମନୋନୀତ ହୋଇଥିଲେ। ଅଭିଷେକ ରେଫରି ଭାବେ ସେଠାକୁ ଯାଇଥିଲେ। ସୂଚନାଯୋଗ୍ୟ ଯେ ଭାସ୍କର ୟୁନାଇଟେଡ୍‌ ସ୍କୁଲ୍‌ ଅଫ୍‌ ବିଜନେସ୍‌ ମ୍ୟାନେଜ୍‌ମେଣ୍ଟରେ ବିବିଏ ଦ୍ୱିତୀୟ ବର୍ଷ ଛାତ୍ର।

ସମ୍ବନ୍ଧିତ ଖବର