ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ଲାଗି ଆୟୋଜିତ ଭିଜି ଟ୍ରଫି ଦିନିକିଆ କ୍ରିକେଟ୍ ପ୍ରତିଯୋଗିତାରେ ପଶ୍ଚିମାଞ୍ଚଳ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ଦଳ ଭାବେ ଫାଇନାଲ୍ ପ୍ରବେଶ କରିଛି। ଏହି ଦଳ ଆସନ୍ତା ୨୩ ତାରିଖ ଫାଇନାଲ୍ରେ ଉତ୍ତରାଞ୍ଚଳ ବିଶ୍ୱବିଦ୍ୟାଳୟକୁ ଭେଟିବ। କିଟ୍ କ୍ରିକେଟ୍ ଷ୍ଟାଡିୟମ୍ରେ ଚାଲିଥିବା ଏହି ପ୍ରତିଯୋଗିତାର ବୁଧବାର ଦ୍ୱିତୀୟ ସେମିଫାଇନାଲ୍ରେ ପଶ୍ଚିମାଞ୍ଚଳ ଦଳ ୪୬ ରନ୍ରେ ଦକ୍ଷିଣାଞ୍ଚଳ ବିଶ୍ୱବିଦ୍ୟାଳୟ ଦଳକୁ ପରାସ୍ତ କରିଦେଇଛି। ମାନନ ମେହଟାଙ୍କ ୮୩ ରନ୍ ବଳରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ପଶ୍ଚିମାଞ୍ଚଳ ୯ ଓ୍ଵିକେଟ୍ ହରାଇ ୨୪୨ ରନ୍ କରିଥିଲା। ଅଖିଳ ଅନିଲ ୪ ଓ୍ଵିକେଟ୍ ନେଇଥିଲେ। ଜବାବରେ ସୁମନ୍ତ ଜୈନ୍ଙ୍କ ଦ୍ରୁତ ୭୪ ରନ୍ ସତ୍ତ୍ୱେ ଦକ୍ଷିଣାଞ୍ଚଳ ୪୪.୧ ଓଭରରେ ୧୯୬ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇଥିଲା। ସୁମିତ୍ ପଟେଲ ୪ ଓ୍ଵିକେଟ୍ ପାଇଥିଲେ।
ଭିଜି ଟ୍ରଫି କ୍ରିକେଟ୍: ପଶ୍ଚିମାଞ୍ଚଳ-ଉତ୍ତରାଞ୍ଚଳ ଫାଇନାଲ୍ ୨୩ରେ
/sambad/media/post_attachments/wp-content/uploads/2018/03/4-Vizzy-Trophy-Cricket-Tournament-2018-at-KIIT-Cricket-Stadium.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)