ଭୁବନେଶ୍ବର: ଭୁବନେଶ୍ବରରେ ଆୟୋଜିତ ହେବାକୁ ଯାଉଥିବା ଏଫ୍ଆଇଏଚ୍ ଓଡ଼ିଶା ପୁରୁଷ କନିଷ୍ଠ ହକି ବିଶ୍ବକପ୍ ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ। କରୋନା ମହାମାରୀ କଟକଣା ଯୋଗୁଁ ଏହି ବିଶ୍ବକପ୍ ବନ୍ଦ ଦ୍ବାର ମଧ୍ୟରେ ଖେଳାଯିବାକୁ ହକି ଇଣ୍ଡିଆ ଏବଂ ଏଫ୍ଆଇଏଚ୍ ମିଳିତ ଭାବେ ନିଷ୍ପତ୍ତି ନେଇଛନ୍ତି। ଫଳରେ ଏହି ବିଶ୍ବକପ୍ ଦେଖିବାକୁ କୌଣସି ବି ଦର୍ଶକଙ୍କୁ ଷ୍ଟାଡିୟମ୍ ପ୍ରବେଶ ଅନୁମତି ମିଳିବନି। ତେଣୁ ଦର୍ଶକମାନେ କେବଳ ଟେଲିଭିଜନ ପ୍ରସାରଣ ଜରିଆରେ ମ୍ୟାଚ୍କୁ ଉପଭୋଗ କରିପାରିବେ। ବିଶେଷକରି ଓଡ଼ିଶାରେ ହକିର ଲୋକ୍ରପିୟତା ବଢୁଥିବାରୁ ଷ୍ଟାଡିୟମ୍ରେ ଦର୍ଶକଙ୍କୁ ଅନୁମତି ଦେଲେ ଗହଳି ନିୟଂତ୍ରଣ ସମ୍ଭବ ହେବନି ବୋଲି ଆୟୋଜକ ବିଶ୍ବାସ କରୁଛନ୍ତି। ପୂରା ପ୍ରତିଯୋଗିତା ସୁସ୍ଥ ବାତାବରଣରେ ଶେଷ କରିବା ଏବଂ ଅଂଶଗ୍ରହଣକାରୀ ଖେଳାଳିଙ୍କ ସ୍ବାସ୍ଥ୍ୟ ଓ ସୁରକ୍ଷା ଆୟୋଜକଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ତେଣୁ ଷ୍ଟାଡିୟମକୁ କେବଳ ସ୍ବୀକୃତିପ୍ରାପ୍ତ କର୍ମଚାରୀ ଏବଂ ଅଂଶଗ୍ରହଣକାରୀଙ୍କୁ ଛଡ଼ାଯିବ। ଭୁବନେଶ୍ବରରେ ଆୟୋଜିତ ହେବାକୁଥିବା ଏହି ପ୍ରତିଯୋଗିତାରେ ବିଜେତା ତଥା ଆୟୋଜକ ଭାରତ ସହ ୧୬ ଦଳ ଆର୍ଜେଣ୍ଟିନା, ବେଲ୍ଜିୟମ, କାନାଡ଼ା, ଚିଲି, ଇଜିପ୍ଟ, ଫ୍ରାନ୍ସ, ଜର୍ମାନି, କୋରିଆ, ମାଲେସିଆ, ପାକିସ୍ତାନ, ପୋଲାଣ୍ଡ, ଦକ୍ଷିଣ ଆଫ୍ରିକା, ସ୍ପେନ୍, ନେଦରଲାଣ୍ଡ୍ସ ଓ ଆମେରିକା ଭାଗନେବେ। ପୁଲ୍ ମ୍ୟାଚ୍ ନଭେମ୍ବର ୨୪ରୁ ୫ ଦିନ ଖେଳାଯିବା ପରେ କ୍ଲାସିଫିକେସନ୍ ମ୍ୟାଚ୍ ୩୦ରେ, ଡିସେମ୍ବର ୧ରେ କ୍ବାର୍ଟର ଫାଇନାଲ୍, ୩ରେ ସେମିଫାଇନାଲ୍ ଏବଂ ୫ରେ ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହେବ।
ବିନା ଦର୍ଶକରେ ଭୁବନେଶ୍ବର କନିଷ୍ଠ ହକି ବିଶ୍ବକପ୍
/sambad/media/post_attachments/wp-content/uploads/2021/10/6544fh654sf5h456sfhsfhfhsfhs.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)