ନୁପୂରଙ୍କୁ ଅର୍ଦ୍ଧାଙ୍ଗିନୀ କରିବାକୁ ଭୁବି ଚଢ଼ିଲେ ଘୋଡ଼ା ଗାଡ଼ି, ଧୂମଧାମରେ ବାହାରିଲା ଶୋଭାଯାତ୍ରା

ମେରଠ: ଟିମ୍‌ ଇଣ୍ଡିଆର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ବାନ୍ଧବୀ ନୁପୂରଙ୍କୁ ଗୁରୁବାର ଦିନ ବିବାହ କରିଛନ୍ତି। ଭୁବନେଶ୍ୱର କୁମାର ଏଥି ପାଇଁ  ଏକ ଶୋଭାଯାତ୍ରାରେ ଘୋଡ଼ା ଚଢ଼ି  ବରବେଶରେ ବାହାରିଛନ୍ତି। ଶୁକ୍ରବାରଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ ଖେଳାଯିବାକୁ ଥିବା ବେଳେ ଟିମ୍‌ ଇଣ୍ଡିଆରୁ ସାମୟିକ  ଛୁଟିରେ ଅଛନ୍ତି ଭୁବନେଶ୍ୱର କୁମାର। ତାଙ୍କର ବରଯାତ୍ରୀ ପୂର୍ବାହ୍ନ ୧୧ରେ ଆରମ୍ଭ ହୋଇଥିଲା। ମେରଠ ବାଇପାସସ୍ଥିତ ହୋଟେଲ ‘ବ୍ରାଉରା’ରେ ପହଞ୍ଚିବା ବେଳେ ସାଥୀରେ ଖୁବ୍‌ ଅତି ନିକଟତର ଉପସ୍ଥିତ ଥିଲେ। ଭୁବନେଶ୍ୱର କୁମାରଙ୍କ ବିବାହୋତ୍ସବ ଅବସରରେ ମେରଠ ବ୍ୟତୀତ ବାଗପତ ଓ ବୁଲନ୍ଦସହରରେ ମଧ୍ୟ ସମ୍ପର୍କୀୟମାନେ ଖୁସି ମନାଇଛନ୍ତି। ବିବାହ କାର୍ଯ୍ୟରେ ଗଣମାଧ୍ୟମକୁ ଦୂରରେ ରଖାଯାଇଥିଲା।

କୁହାଯାଉଛି ଯେ, କିଛି ଘନିଷ୍ଠ ଲୋକଙ୍କର ଉପସ୍ଥିତିରେ ଭୁବି-ନୁପୂରଙ୍କ ବିବାହ କାର୍ଯ୍ୟ ଆୟୋଜନ ହେଉଛି। ସଂନ୍ଧ୍ୟାରେ ପ୍ରୀତିଭୋଜନ ବ୍ୟବସ୍ଥା ହେବାର କାର୍ଯ୍ୟକ୍ରମ ରହିଛି। ନଭେମ୍ବର ୨୬ରେ ବୁଲନ୍ଦ ସହରରେ ୨ୟ ପ୍ରୀତିଭୋଜନ ଓ ନଭେମ୍ବର ୩୦ରେ ଶେଷ ପ୍ରୀତିଭୋଜନ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର