ଭୁବନେଶ୍ବର ଏ’, ରାଉରକେଲା, ସମ୍ବଲପୁର, ନୟାଗଡ଼, ବାଲେଶ୍ବର, ଭଦ୍ରକ ବିଜୟୀ

ଅନ୍ତଃଜିଲ୍ଲା କ୍ରିକେଟ୍‌: ସତଭିକ୍‌, ସୋନୁ, ନିଶ୍ଚଳଙ୍କୁ ୫ ୱିକେଟ୍‌

କଟକ: ଓସିଏ ପକ୍ଷରୁ ଆୟୋଜିତ ୧୬ ବର୍ଷରୁ କମ୍ ଅନ୍ତଃ ଜିଲ୍ଲା କ୍ରିକେଟ୍‌ର ଶୁକ୍ରବାର ଅନୁଷ୍ଠିତ ମ୍ୟାଚ୍‌ରେ ଭୁବନେଶ୍ବର ଏ’, ରାଉରକେଲା, ସମ୍ବଲପୁର, ନୟାଗଡ଼, ବାଲେଶ୍ବର, ଭଦ୍ରକ ବିଜୟୀ ହୋଇଛନ୍ତି। ବିଡ଼ାନାସୀ ପଡିଆରେ ଭୁବନେଶ୍ବର ଏ’ ୨୭୦ ରନ୍‌ରେ କୋରାପୁଟକୁ ପରାସ୍ତ କରିଛି। ସ୍ବାଗତ ମିଶ୍ରଙ୍କ ୧୦୪ ରନ୍‌ ସହାୟତାରେ ଭୁବନେଶ୍ବର ଏ’ ୪୮ ଓଭରରେ ୬ ୱିକେଟ୍‌ ହରାଇ ୩୨୩ ରନ୍ କରିଥିଲା। ଜବାବରେ କୋରାପୁଟ ୧୮.୩ ଓଭରରେ ସମସ୍ତ ୱିକେଟ୍‌ ହରାଇ ମାତ୍ର ୫୩ ରନ୍ କରିଥିଲେ। ବିଜୟୀ ଦଳର ସତଭିକ୍‌ ସୁବୁଦ୍ଧି ୬ ୱିକେଟ୍‌ ନେଇଥିଲେ। ନିମପୁର ପଡିଆରେ ରାଉରକେଲା ୩୪୦ ରନରେ ଦେବଗଡ଼କୁ ହରାଇଛି। ରାଉରକେଲା ୭ ୱିକେଟ୍‌ ହରାଇ ୩୭୧ ରନ୍ କରିଥିଲା। ହର୍ଷଦୀପ ସିଂହ ୧୧୦ ବଲ୍‌ରୁ ୧୩୯ ରନ୍, ରେହାନ ଖାନ୍‌ ୮୮ଟି ବଲ୍‌ରୁ ୧୦୬ ରନ୍ କରିଥିଲେ। ଜବାବ‌ରେ ଦେବଗଡ଼ ୧୬.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୧ ରନ୍ କରିବାକୁ ସମର୍ଥ ହୋଇଥିଲା। ରାଉରକେଲାର ସୋନୁ ଗୋପ ୬ ୱିକେଟ୍ ନେଇଥିଲେ। ଅଡ଼ଶପୁର ପଡିଆ‌ରେ ଅନୁ‌ଷ୍ଠିତ ମ୍ୟାଚ୍‌ରେ ସମ୍ବଲପୁର ବୌଦ୍ଧକୁ ୧୩୯ ରନ୍ ରେ ହରାଇଛି।

ଅନ୍ତଃଜିଲ୍ଲା କ୍ରିକେଟ୍‌: ସତଭିକ୍‌, ସୋନୁ, ନିଶ୍ଚଳଙ୍କୁ ୫ ୱିକେଟ୍‌
ସ୍ବୟମ୍ଭୁଙ୍କ ଦ୍ବିଶତକ; ସ୍ବାଗତ, ହର୍ଷଦୀପ, ରେହାନଙ୍କ ଶତକ

ସମ୍ବଲପୁର ୩୫.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୮୫ ରନ୍ କରିଥିଲା। ଜବାବରେ ବୌଦ୍ଧ ୨୯.୧ ଓଭରେ ସମସ୍ତ ୱିକେଟ୍‌ ହରାଇ ୪୬ ରନ୍ କରିବାକୁ ସମର୍ଥ ହୋଇଥିଲା। ଟାଉନ୍ କ୍ଲବ୍ ପଡିଆ, ଭୁବନେଶ୍ବରରେ ଅନୁଷ୍ଠିତ ମ୍ୟାଚ୍‌ରେ ନୟାଗଡ଼ ୪ ୱିକେଟ୍‌ରେ ଢେଙ୍କାନାଳକୁ ହରାଇଛି। ଢେଙ୍କାନାଳ ୧୪.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ୫୧ ରନ୍ କରିଥିଲା। ଜବାବରେ ନୟାଗଡ଼ ୯.୩ ଓଭରରେ ୬ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଥିଲା। ରେଭେନ୍‌ସା ପଡିଆ-୨ରେ ଅନୁଷ୍ଠିତ ମ୍ୟାଚ୍‌ରେ ବାଲେଶ୍ବର ୨ ୱିକେଟ୍‌ରେ କିଟ୍‌କୁ ହରାଇଛି। କିଟ୍ ୩୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୮୫ ରନ୍ କରିଥିଲା। ଜବାବରେ ବାଲେଶ୍ବର ୧୮.୩ ଓଭରରେ ୩ ୱିକେଟ୍‌ ହରାଇ ୮୯ ରନ୍ କରିଥିଲା। ସନ୍‌ସାଇନ୍‌ ପଡିଆରେ ଅନୁଷ୍ଠିତ ମ୍ୟାଚ୍‌ରେ ଭଦ୍ରକ ୨୬୩ ରନ୍‌ରେ ରାୟଗଡ଼ାକୁ ହରାଇଛି। ଭଦ୍ରକ ୪୭ ଓଭରରେ ୮ ୱିକେଟ୍‌ ହରାଇ ୩୪୬ ରନ୍ କରିଥିଲା। ଭଦ୍ରକର ସ୍ବୟମ୍ଭୁ ପଲାଇ ୧୩୫ଟି ବଲ୍‌ରୁ ଦ୍ବିଶତକ(୨୦୭*) କରି ଅପରାଜିତ ଥିଲେ। ଜବାବରେ ରାୟଗଡ଼ା ୨୭.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୮୩ ରନ୍ କରିଥିଲା। ଭଦ୍ରକର ନିଶ୍ଚଳ ମହାନ୍ତି ୬ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର