ଭୁବନେଶ୍ବର ସ୍କୁଲ୍‌ ଚେସ୍‌, ଅଂଶୁମାନ ବିଜେତା

ଭୁବନେଶ୍ବର: ଭୁବନେଶ୍ବର ଚେସ୍‌ ସଂଘ (ବିସିଏ) ପକ୍ଷରୁ ଆୟୋଜିତ ୩୪ତମ ଭୁବନେଶ୍ବର ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତା (ଅନ୍‌ଲାଇନ୍)ରେ କଟକ ରେଭେନସା ହାୟର ସେକେଣ୍ଡାରି ସ୍କୁଲ୍‌ର ଅଂଶୁମାନ ସାମଲ ବିଜେତା ହୋଇଛନ୍ତି। ଅମୃତାଂଶୁ ମହାନ୍ତି, ମନସିଜ୍‌ ସାମଲ, ସାଇ ଶକ୍ତି ପଣ୍ଡା, ଦେବୀ ପ୍ରସାଦ ନାୟକ, ଗତିକୃଷ୍ଣ ଭୂୟାଁ, ବିଭୋର ଅଦକ, ଅଂଶୁମାନ ପତି, କୀର୍ତ୍ତି ଅନୁରାଗ ପ୍ରତିହାରୀ, ସୁମିତ ଓଝା କ୍ରମାନ୍ବୟରେ ତୃତୀୟରୁ ଦଶମ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ତାରିଣିକା ସାହୁ, ଈଶାନି ଦାସ, ଲଳିତ ରଂଜନ ସାହୁ, ଆୟାନ ଅଙ୍କିତ ସ୍ବାଇଁ, ହର୍ଷିକ ରଂଜନ ସାହୁ, ସାହାଣା ଲେଙ୍କା ବିଭିନ୍ନ ବର୍ଗରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ, ଡ‌େପୁଟି ଆର୍ବିଟର ଦୀପକ କୁମାର ପଲାଇ, ସଂ‌ଯୋଜକ ଶୀତେନ୍ଦୁ ରାଜଗୁରୁ ପ୍ରତିଯୋଗିତା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର