ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌ ଠାରେ ଚାଲିଥିବା ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍ ଫାଇନାଲରେ ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଦମ୍ଦାର ପ୍ରଦର୍ଶନ କରିଛି। ମଙ୍ଗଳବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚରେ ସ୍ପୋର୍ଟସ ଅଥରିଟି ଅଫ୍ ଇଣ୍ଡିଆକୁ ପରାସ୍ତ କରି ଫାଇନାଲରେ ପହଞ୍ଚିଛି। ହରିୟାଣାର ସୋନିପଥସ୍ଥିତ ପ୍ରୀତମ ହକି ଏକାଡେମୀ ସହ ଭୁବନେଶ୍ବର କ୍ରୀଡ଼ା ଛାତ୍ରାବାସର ମୁକାବିଲା ହେବ। ଏହି ମ୍ୟାଚ ମାର୍ଚ୍ଚ ୩୦ ତାରିଖ ଅପରାହ୍ଣ ୩ଟାରେ ଖେଳାଯିବ।
ଆଜି ସେମିଫାଇନାଲରେ ଓଡ଼ିଶାର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିଲେ। ୫-୩ ଗୋଲ୍ରେ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ ପରାସ୍ତ ହୋଇଥିଲା। ମ୍ୟାଚରେ ୩ଟି ଗୋଲ୍ ଦେଇଥିଲେ ନେହା ଲାକ୍ରା। ଜାହ୍ନବୀ ପ୍ରଧାନ ଓ ରୋଜିତା କୁଜୁର ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/c8269409-d9d2-4cee-aa52-e9b4bef959a5.jpg)