ତେନ୍ଦୁଲକରଙ୍କୁ ଆଉଟ କରି ରେକର୍ଡ, ୯ବର୍ଷ ପରେ ଷ୍ଟାର ଖେଳାଳି

ଫିରୋଜ ଶାହା କୋଟଲା ଟେଷ୍ଟରେ ଖେଳିବେନି ଭୁବନେଶ୍ୱର କୁମାର

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିରୋଧରେ ଆଗାମୀ ନଭେମ୍ବର ୨୪ରୁ ଦିଲ୍ଲୀର ଫିରୋଜ ଶାହା କୋଟଲାରେ ଆରମ୍ଭ ହେବାକୁ ଥିବା ୨ୟ ଟେଷ୍ଟରେ ଭାରତର ଷ୍ଟାର ଖେଳାଳି ଭୁବନେଶ୍ୱର କୁମାର ଅନୁପସ୍ଥିତ ରହିବେ। ଅସଲ କଥା ହେଲା ଯେ ଉତ୍ତରପ୍ରଦେଶରର ମେରଠରେ ଜନ୍ମ ହୋଇଥିବା ଯୁବ ଖେଳାଳି ଭୁବନେଶ୍ୱର କୁମାର ଗୁରୁବାର ଆଉ ଏକ ନୂଆଁ ଜୀବନ ଗଢ଼ିବାକୁ ଯାଉଛନ୍ତି। ତାହା ହେଲା ବିବାହ। ଆଜିର ଦିନରେ ଭୁବନେଶ୍ୱର ଭାରତୀୟ ଟିମର ଷ୍ଟାର ଖେଳାଳି ଭାବରେ ଛିଡ଼ା ହୋଇଛନ୍ତି। ଏଥି ପାଇଁ ତାଙ୍କୁ ୯ ବର୍ଷ ଧୈର୍ଯ୍ୟ ଧରିବାକୁ ପଡ଼ିଛି। ଏକ ଫାଷ୍ଟ କ୍ଲାସ ମ୍ୟାଚରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକଙ୍କୁ ଆଉଟ କରିବା ପରେ ଭୁବନେଶ୍ୱର କୁମାରଙ୍କୁ ପ୍ରଥମ ଥର ପାଇଁ ପରିଚୟ ମିଳିଥିଲା। କାରଣ ୯ ବର୍ଷ ତଳେ ସେ ସଚିନଙ୍କୁ ଖାତା ଖୋଲିବାକୁ ଦେଇ ନଥିଲେ।

୧୯ଟି ଟେଷ୍ଟ ମ୍ୟାଚ


ଭୁବନେଶ୍ୱର କୁମାରଙ୍କୁ ଅଧିକ ଟେଷ୍ଟ ମ୍ୟାଚ ଖେଳିବାର ସୁଯୋଗ ମିଳି ନାହିଁ। ନିଜର ସାଢ଼େ ୪ବର୍ଷର କ୍ୟାରିୟରରେ ସେ ୧୯ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଭୁବନେଶ୍ୱର କୁମାର ୨୦୧୩ରେ ଟେଷ୍ଟ ଡେବ୍ୟୁ କରିଥିଲେ। ୯ମାସ ପରେ ଟେଷ୍ଟ ଡେବ୍ୟୁ କରିଥିବା ମୋହମ୍ମଦ ସାମି ୨୬ଟି ଟେଷ୍ଟ ମ୍ୟାଚ ଖେଳି ସାରିଛନ୍ତି। ଟେଷ୍ଟ ତୁଳନାରେ ଦିନିକିଆରେ ଭୁବନେଶ୍ୱରଙ୍କ ଭଲ ପ୍ରଦର୍ଶନ ରହିଛି। ଦିନିକିଆରେ ୨୦୧୨ରେ ଡେବ୍ୟୁ କରିଥିବା ଭୁବନେଶ୍ୱର ୫ବର୍ଷର କ୍ୟାରିୟରରେ ୭୮ ମ୍ୟାଚ ଖେଳି ସାରିଛନ୍ତି। ଏହି ତୁଳନାରେ ମୋହମ୍ମଦ ସାମି ଖେଳିଛନ୍ତି ୫୦ଟି ମ୍ୟାଚ୍‌।

-ଭୁବନେଶ୍ୱର ଏମିତି ଏକ ଖେଳାଳି ଯିଏ କି ଫାଷ୍ଟ କ୍ଲାସ ମ୍ୟାଚରେ ସଚିନଙ୍କୁ ଶୂନ୍ୟ ରନ୍‌ରେ ପାଭଲିୟନ ଫେରାଇ ଦେଇଥିଲେ।
-ବର୍ଷ ୨୦୦୮-୦୯ରେ ରଣଜୀ ଟ୍ରଫି ଉତ୍ତରପ୍ରଦେଶ ତରଫରୁ ଖେଳି ଭୁବନେଶ୍ୱର କୁମାର ଏହି ବିରଳ ରେକର୍ଡ ସ୍ଥାପନା କରିଥିଲେ।
-ଏକ ସାକ୍ଷାତକାର ସମୟରେ ଭୁବନେଶ୍ୱର କୁମାର ଜାତୀୟ ଗଣମାଧ୍ୟମକୁ ସେୟାର କରିଛନ୍ତି।
-ସେ କହିଛନ୍ତି, ମୁମ୍ବାଇ ବିପକ୍ଷରେ ଖେଳି ତେନ୍ଦୁଲକରଙ୍କୁ ସମ୍ମୁଖୀନ ହେବା ସହଜ ନଥିଲା।
-ଏ ସମ୍ପର୍କରେ ଭୁବନେଶ୍ୱର ସାଥୀ ଖେଳାଳି ଆଶିଷ ଓ୍ଵିଷ୍ଟେନ ଜୈଦୀଙ୍କୁ କହିଥିଲେ।
-ସେତେବେଳେ ଜୈଦୀ ମୋତେ ବୁଝାଇଥିଲେ ବୋଲି ଭୁବି କହିଛନ୍ତି। ତେନ୍ଦୁଲକର କ’ଣ ଜୀବନ ନେଇ ଯିବେ। ଅଧିକରୁ ଅଧିକ ୬ଟି ଛକା ମାରିବେ। ଆଉ କ’ଣ ହେବ? ଏହା ପରେ ଭୁବନେଶ୍ୱର କୁମାର ଆଗାମୀ ଦିନରେ ନିଜର ୧୪ତମ ବୋଲରେ ସଚିନଙ୍କୁ ଆଉଟ କରି ରୋକର୍ଡ ସ୍ଥାପନ କରିଥିଲେ

ଭୁବିଙ୍କ ପତ୍ନୀ ଏମିତି


-ମେରଠର ଗଙ୍ଗାନଗରରେ ରହୁଥିବା ନୁପୂର ନାଗରଙ୍କ ସହିତ ଭୁବନେଶ୍ୱରଙ୍କ ବିବାହ ସମ୍ପନ୍ନ ହେବ।
-ଜେପି ଏକାଡେମିରେ ପାଠ ପଢ଼ା ଶେଷ କରିବା ପରେ ନେଏଡାର ଏକ ଘରୋଇ କଲେଜରୁ ଇଞ୍ଜିନିୟରିଂ ଡିଗ୍ରୀ ହାସଲ କରିଛନ୍ତି।
-ଉଭୟଙ୍କ ପିତା ପୁଲିସ ବିଭାଗରୁ ଅବସର ନେଇଛନ୍ତି। ଭୁବନେଶ୍ୱରଙ୍କ ପିତା କିରଣ ପାଳ ସିଂହ ହୋଇଥିବା ବେଳେ ନୁପୂରଙ୍କ ପିତା ହେଉଛନ୍ତି ଯଶପାଳ ସିଂହ ନାଗର। ଭୁବନେଶ୍ୱର-ନୁପୂର ପିଲାଟି ଦିନରୁ ଜଣେ ଅନ୍ୟ ଜଣଙ୍କ ସହିତ ପରିଚିତ।
-ନଭେମ୍ବର ୨୩(ଗୁରୁବାର) ମେରଠର ଏକ ହୋଟେଲରେ ବିବାହ ସଂମ୍ପର୍ଣ୍ଣ ହେବା ପରେ ପ୍ରଥମ ପ୍ରିତୀଭୋଜନ, ନଭେମ୍ବର ୨୬ରେ ବୁଲନ୍ଦ ସହରରେ ୨ୟ ପ୍ରିତୀଭୋଜନ ଓ ନଭେମ୍ବର ୩୦ରେ ଶେଷ ପ୍ରିତିଭୋଜନ ଦିଲ୍ଲୀରେ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧିତ ଖବର