ରାଜ୍ୟ କରାଟେ ପ୍ରତିଯୋଗିତାରେ ଭୁବନେଶ୍ବର ବିଜେତା

ଭୁବନେଶ୍ବର: ଭୁବନେଶ୍ବର ସ୍ଥିତ ଉତ୍କଳ କରାଟେ ସ୍କୁଲଠାରେ ଆୟୋଜିତ ୩୪ତମ ରାଜ୍ୟ ବରିଷ୍ଠ ଓ ୨୧ ବର୍ଷରୁ କମ୍‌ କରାଟେ ପ୍ରତିଯୋଗିତା ରବିବାରରେ ଉଦଯାପିତ ହୋଇଯାଇଛି। ଦଳଗତ ଭାବେ ଭୁବନେଶ୍ବର ୨୫ ସ୍ୱର୍ଣ୍ଣ, ୧୬ ଲେଖାଏଁ ରୋପ୍ୟ ଓ କାଂସ୍ୟ ସହ ମେଟ ୫୭ ପଦକ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲା। କୋରାପୁଟ ୫ (୨ ସ୍ବର୍ଣ୍ଣ, ୨ ରୋପ୍ୟ, ୧ କାଂସ୍ୟ) ପଦକ ସହ ଦ୍ବିତୀୟ ଏବଂ ବାଲେଶ୍ୱର ୪ (୨ ସ୍ବର୍ଣ୍ଣ, ୧ ରୌପ୍ୟ, ୧ କାଂସ୍ୟ) ପଦକ ପାଇ ତୃତୀୟ ସ୍ଥାନ ଅଧିକାର କରିଥିଲା। ୧୯ ଜିଲ୍ଲାରୁ ମୋଟ ୧୫୦ ଜଣ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ। ଉତ୍ତରାଖଣ୍ଡରେ ଆଗାମୀ ଫେବ୍ରୁଆରି ମାସରେ ହେବାକୁ ଥିବା ଜାତୀୟ କରାଟେ ପ୍ରତିଯୋଗିତା ପାଇଁ ଏଥିରୁ କରାଟେକା ମନୋନୀତ ହୋଇଛନ୍ତି। ଏହି ଉଦ୍‌ଯାପନୀ ଉତ୍ସବରେ ଏମ୍‌ବିଏସ୍‌ ପବ୍ଲିକ ସ୍କୁଲ ଅଧ୍ୟକ୍ଷ ସୋରେନ ମହାପାତ୍ର, ରୁଚି ଫୁଡ୍‌ଲାଇନ ପ୍ରୋପାଇଟର ରଶ୍ମି ସାହୁ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ରାଜ୍ୟ କରାଟେ ସଂଘ ସଭାପତି ହରିପ୍ରସାଦ ପଟ୍ଟନାୟକ, ସଭ୍ୟ କାଳି ପ୍ରସାଦ ନନ୍ଦ, ସମ୍ପାଦକ ଗୌରୀ ମହାନ୍ତି, ସେନସେଇ ଖାରବେଳ ମଲ୍ଲିକ, ରାଜୀବ ସିଂହ, ସନ୍ଦୀପ ମହାନ୍ତି, ଦୀପକ ସାମନ୍ତରାୟ, ସନକ ଦେଓ ପ୍ରମୁଖ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର