ଝାରସୁଗୁଡ଼ା : ସ୍ଥାନୀୟ ମିନି ଷ୍ଟାଡିୟମଠାରେ ଚାଲିଥିବା ଅନ୍ତଃଜିଲ୍ଲା ପିସି ବେହେରା ମହିଳା ଫୁଟ୍ବଲ୍ ପ୍ରତିଯୋଗିତା ରବବାର ଉଦ୍ଯାପିତ ହୋଇଯାଇଛି। ସଂଘର୍ଷପୂର୍ଣ୍ଣ ଫାଇନାଲ୍ରେ କଟକକୁ ୬-୫ (ଟାଇବ୍ରେକର୍) ଗୋଲ୍ରେ ପରାସ୍ତ କରି ଭୁବନେଶ୍ବର-ଏ ବିଜେତା ହୋଇଛି। ଉଭୟ ଦଳ ଆକ୍ରମଣାତ୍ମକ ଖେଳ ଖେଳିଥିଲେ। ଫଳରେ ନିର୍ଧାରିତ ସମୟ ଗୋଲ୍ ଶୂନ୍ୟ ରହିଥିଲା। ଲୋଚନା ମୁଣ୍ତା ଫାଇନାଲ୍ର ଶ୍ରେଷ୍ଠ ଖେଳାଳି ଭାବେ ଅତିଥିଙ୍କଠାରୁ ଟ୍ରଫି ଗହଣ କରିଥିଲେ। ପ୍ରତିଯୋଗିତାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଭୁବନେଶ୍ବରର ସୁଭଦ୍ରା ସାହୁଙ୍କୁ ଗୋଲ୍ଡେନ୍ ବୁଟ୍ ପ୍ରଦାନ କରାଯାଇଥିଲା। କଟକର ସସ୍ମିତା ପରିଡ଼ା (ଶ୍ରେଷ୍ଠ ଗୋଲ୍ରକ୍ଷକ), ଭୁବନେଶ୍ବରର ମନୀଷା ପାନ୍ନା (ଶ୍ରେଷ୍ଠ କ୍ଷେତ୍ରରକ୍ଷକ) ପୁରସ୍କୃତ ହୋଇଥିଲେ। ସତ୍ୟବତୀ ଖଡ଼ିଆ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଫାଇନାଲ ଖେଳକୁ ପି ରାଜେଶ୍ବର ରାଓ, ଅମିରା ପ୍ରଧାନ, ବିଚିତ୍ରା ପ୍ରଧାନ, ଶଶିକାନ୍ତ ଦଶରିଆ, କାପୁରା ମୁର୍ମୁ ଓ ରାଜ୍ୟ ମହିଳା ଫୁଟ୍ବଲ୍ ଚୟନକର୍ତ୍ତା କଳ୍ପନା ବେହେରା ପରିଚାଳନା କରିଥିଲେ। ଫୁଟ୍ବଲ୍ ସଂଘର ରବି ମହାପାତ୍ର ପର୍ଯ୍ୟବେକ୍ଷକ ଥିଲେ।
ଭୁବନେଶ୍ବର ଜିତିଲା ଅନ୍ତଃଜିଲ୍ଲା ମହିଳା ଫୁଟ୍ବଲ୍ ଟ୍ରଫି
/sambad/media/post_attachments/wp-content/uploads/2021/02/BHUBANESWAR-CHAMPION.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)