ଭୁବନେଶ୍ୱର ଓ ଧାଓ୍ଵନ ବାଦ୍‌: ଶଙ୍କର ସାମିଲ୍‌

ନୂଆଦିଲ୍ଲୀ: କୋଲ୍‌କାତା ଟେଷ୍ଟ୍‍ର ଶ୍ରେଷ୍ଠ ଖେଳାଳି ଭୁବନେଶ୍ୱର କୁମାର ପରବର୍ତୀ ଦୁଇ ଟେଷ୍ଟ ଖେଳିବେ ନାହିଁ। ବିବାହ ଲାଗି ଭୁବିଙ୍କୁ ଦଳରୁ ଛାଡ଼ି ଦିଆଯାଇଥିବାବେଳେ ଶିଖର ଧାଓ୍ଵନ ମଧ୍ୟ ଦ୍ୱିତୀୟ ଟେଷ୍ଟ୍‍ ପାଇଁ ଉପଲବ୍‌ଧ ହେବେ ନାହିଁ। ଭୁବନେଶ୍ୱର କୁମାରଙ୍କ ବଦଳରେ ତାମିଲନାଡୁ ଅଲରାଉଣ୍ଡର୍‌ ବିଜୟ ଶଙ୍କରକୁ ଦଳରେ ନିଆଯାଇଛି। ଶିଖର ଧାଓ୍ଵନଙ୍କ ବଦଳରେ କିନ୍ତୁ ମୁରଲୀ ବିଜୟ ପାଳି ଆରମ୍ଭ କରିବା ସୁଯୋଗ ପାଇବେ। ଧାଓ୍ଵନ କିନ୍ତୁ ତୃତୀୟ ଟେଷ୍ଟ୍‍ ପାଇଁ ଉପଲବ୍‌ଧ ହେବେ। ଏଥି ସହ ନାଗପୁରରେ ନଭେମ୍ବର ୨୪ରୁ ୨୮ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‍ ପାଇଁ ୧୪ ଜଣିଆ ଭାରତୀୟ ଦଳ ରହିଲେ।

ସମ୍ବନ୍ଧିତ ଖବର