ସିମୁଳିଆ: ବାଲେଶ୍ୱର ଜିଲ୍ଲା ସିମୁଳିଆ ବ୍ଲକ୍ ମାର୍କୋଣା ସ୍ଥିତ ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ୍ରେ ଚାଲିଥିବା ରାଜ୍ୟସ୍ତରୀୟ ଟେନିସ୍ ଭଲିବଲ୍ ପ୍ରତିଯୋଗିତା ରବିବାର ଉଦ୍ଯାପିତ ହୋଇଛି। ୧୫ ଜିଲ୍ଲାର ୧୫୦ ଖେଳାଳି ଅଂଶଗ୍ରହଣ କରିଥିବା ଏହି ପ୍ରତିଯୋଗିତାର ବାଳକ ବିଭାଗରେ ଭୁବନେଶ୍ୱର ଏବଂ ବାଳିକାରେ କେନ୍ଦ୍ରାପଡ଼ା ବିଜେତା ହୋଇଛି। ବାଳକରେ ବାଲେଶ୍ୱର ଏବଂ ବାଳିକାରେ କେନ୍ଦୁଝର ଉପବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ମିଶ୍ରିତ ଯୁଗଳରେ କେନ୍ଦ୍ରାପଡ଼ାକୁ ପରାସ୍ତ କରି ଭୁବନେଶ୍ୱର ବିଜେତା ହୋଇଛି। ମାର୍କୋଣା ରଘୁନାରାୟଣ ହାଇସ୍କୁଲ୍ର କ୍ରୀଡ଼ା ଶିକ୍ଷକ ବିଭୁଦତ୍ତ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ପ୍ରତିଯୋଗିତାରେ ଏସ୍ଏ ରହେମାନ, ସ୍ମୃତିରଂଜନ ମହାପାତ୍ର, ବିଶ୍ୱଜିତ ସାହୁ, ଅନିନ୍ଦ୍ୟ ଜ୍ୟୋତି ନାୟକ, ବବିତା ନାୟକ, ଶ୍ରୀପ୍ରସାଦ ରାୟ, ଝିଲିରାଣୀ ନାୟକ, ଗୌତମ କୁମାର ସାହୁ, ପ୍ରଣୟ କୁମାର ସାହୁ, ଜୀବନଜ୍ୟୋତି ନାୟକ ଓ ଅମ୍ବୁଜ କୁମାର ପାଣି ମ୍ୟାଚ୍ ପରିଚାଳନା କରିଥିଲେ। ଜିଲ୍ଲା ସଭାପତି ଗଦାଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୌରାଙ୍ଗ ଚନ୍ଦ୍ର ପାଢ଼ୀ, ମୁଖ୍ୟବକ୍ତା ଭାବେ ଓଡ଼ିଶା ଟେନିସ୍ ଭଲିବଲ୍ ସଂଘର ଡ. ପ୍ରେମରଂଜନ ଓଝା, ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ଧରିତ୍ରୀ ମହାରଣା ଏବଂ ଅନ୍ୟତମ ଅତିଥି ଭାବେ ଓଡ଼ିଶା ଟେନିସ୍ ଭଲିବଲ୍ ସଂଘର ସଂପାଦକ ଶଶିକାନ୍ତ ନାୟକ, ଯୁଗ୍ମ ସଂପାଦକ ସ୍ମୃତିରଂଜନ ମହାପାତ୍ର ଓ ବ୍ରଜକିଶୋର ମହାନ୍ତି ଯୋଗଦେଇଥିଲେ।
ଭୁବନେଶ୍ୱର ବାଳକ ଓ କେନ୍ଦ୍ରାପଡ଼ା ବାଳିକା ବିଜେତା
ରାଜ୍ୟସ୍ତରୀୟ ଟେନିସ୍ ଭଲିବଲ୍
/sambad/media/post_attachments/wp-content/uploads/2018/02/simulia..aaaaa_.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)