କଟକ: ସ୍ଥାନୀୟ ଭକ୍ତମଧୁ ବିଦ୍ୟାପୀଠ ପଡ଼ିଆରେ ୬୩ତମ ରାଜ୍ୟ ବିଦ୍ୟାଳୟସ୍ତରୀୟ ବଲ୍ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଉଦ୍ଯାପିତ ହୋଇଛି। ଏହି ଦୁଇ ଦିନିଆ ପ୍ରତିଯୋଗିତାରେ ୬ଟି ଜିଲ୍ଲା ଦଳ ଅଂଶଗ୍ରହଣ କରିଥିଲେ। ବାଳକ ଫାଇନାଲରେ ଭୁବନେଶ୍ୱର ୩୫-୨୯, ୩୫-୨୭ ପଏଣ୍ଟ୍ରେ କଟକକୁ ଏବଂ ବାଳିକାରେ କଟକ ୩୫-୨୪, ୩୫-୨୧ ପଏଣ୍ଟରେ ଯାଜପୁରକୁ ହରାଇ ବିଜେତା ହୋଇଛନ୍ତି। ଉଦ୍ଯାପନୀ ଉତ୍ସବରେ ଶାରିରୀକ ଶିକ୍ଷା (ଭୁବନେଶ୍ୱର) ଭାରପ୍ରାପ୍ତ ସହ ନିର୍ଦେଶକ ଲକ୍ଷ୍ମୀପ୍ରିୟା ଦେଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଭୟ ବିଜତା ଓ ଉପ ବିଜେତା ଦଳଙ୍କୁ ପୁରସ୍କୃତ କରିଥିଲେ। ସମ୍ମାନିତ ଅତିଥି ଭାବେ ରାଜ୍ୟ ବଲ୍ ବ୍ୟାଡମିଣ୍ଟନ୍ ସଂଘ ସମ୍ପାଦକ ସୁକାନ୍ତ ଦାସ, କଟକ ଜିଲ୍ଲା ବଲ୍ ବ୍ୟାଡମିଣ୍ଟନ୍ ସଂଘ ସଭାପତି ପାର୍ଥସାରଥି ସାମନ୍ତରାୟ, ସମ୍ପାଦକ ଅଜୟ କୁମାର ସାହୁ, ଭକ୍ତମଧୁ ବିଦ୍ୟାପୀଠର କ୍ରୀଡ଼ା ଶିକ୍ଷକ ଲଳିତମୋହନ ମହାପାତ୍ର, ମୋଜେସ୍ କୁମାର ବେହେରା ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରୁ ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶା ଦଳ ଚୟନ କରାଯିବ। ଆନ୍ଧ୍ରପ୍ରଦେଶରେ ଆସନ୍ତା ୨୧ରୁ ଜାତୀୟ ବିଦ୍ୟାଳୟ ବଲ୍ ବ୍ୟାଡମିଣ୍ଟନ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ।
ଭୁବନେଶ୍ୱର ବାଳକ ବିଜେତା
ରାଜ୍ୟ ବିଦ୍ୟାଳୟ ବଲ୍ବ୍ୟାଡମିଣ୍ଟନ୍
/sambad/media/post_attachments/wp-content/uploads/2017/12/ball-badminton-champion-bbsr-team.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)