ଭୁବନେଶ୍ବର କନିଷ୍ଠ କ୍ରିକେଟ୍‌ ଲିଗ୍‌: ରାମେଶ୍ବର ବିଜୟୀ

ଭୁବନେଶ୍ବର: ପ୍ରଗତି ‌ସ୍ପୋଟିଂ ଆୟୋଜିତ ଭୁବନେଶ୍ବର କନିଷ୍ଠ (୧୬ ବର୍ଷରୁ କମ୍‌) କ୍ରିକେଟ୍‌ ଲିଗ୍‌ର ଏକ ମ୍ୟାଚ୍‌ରେ ରାମେଶ୍ବର ସ୍ପୋର୍ଟିଂ ବିଜୟୀ ହୋଇଛି। ଶୁକ୍ରବାର ଏକ ଲିଗ୍‌ ମ୍ୟାଚ୍‌ରେ ଏହି ଦଳ ୪୨ ରନ୍‌ରେ ଆୟୋଜକ ପ୍ରଗତି ସ୍ପୋର୍ଟିକୁ ପରାସ୍ତ କରିଛି। ଟସ୍‌ ଜିତି ରାମେଶ୍ବର ଦଳ ନିର୍ଧାରିତ ୪୦ ଓଭରରେ ୮ ୱିକେଟ୍‌ ବିନିମୟରେ ୧୮୦ ରନ୍‌ କରିଥିଲା। ଆ‌ଶୁତୋଷ ସାହୁ ୬୭, ତନ୍ମୟ ବିଶ୍ବାଳ ୩୩ ରନ୍‌ କରିଥିଲେ। ପ୍ରଗତିର ସାର୍ଥକ କୁମାର ୨ ୱିକେଟ୍‌ ନେଇଥିଲେ। ଜବାବରେ ପ୍ରଗତି ସ୍ପୋର୍ଟି ୪୦ ଓଭରରେ ୯ ୱିକେଟ୍‌ ହରାଇ ୧୩୮ ରନ୍‌ କରିପାରିଥିଲା। ରାମେଶ୍ବର ପକ୍ଷରୁ ତନ୍ମୟ ବିଶ୍ବାଳ ଓ ଆଶୁତୋଷ ସାହୁ ୩ ଲେଖାଏଁ ୱିକେଟ୍ ନେଇଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଆଶୁତୋଷଙ୍କୁ ମ୍ୟାଚ୍‌ର ‌ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲା। ଶନିବାର ରାମେଶ୍ବର ସ୍ପୋର୍ଟିଂ ପରବର୍ତୀ ମ୍ୟାଚ୍‌ରେ ଗ୍ରିନ୍ସ କ୍ରିକେଟ୍‌ କ୍ଲବ୍‌କୁ ଭେଟିବ।

ସମ୍ବନ୍ଧିତ ଖବର