ଭୁବନେଶ୍ବର ଅନ୍ତଃବିଦ୍ୟାଳୟ କ୍ରିକେଟ୍‌, ବିଜେଇଏମ୍‌-‌ସେଣ୍ଟ୍‌ ଜାଭିୟର୍ସ ଓ କିସ୍‌-ସେଣ୍ଟ୍‌ ଜୋସେଫ୍‌ ସେମିଫାଇନାଲ୍‌ ଆଜି

ଭୁବନେଶ୍ବର: ସପ୍ତଦଶ ଭୁବନେଶ୍ବର ଅନ୍ତଃବିଦ୍ୟାଳୟ କ୍ରିକେଟ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ ମୁକାବିଲା ଶୁକ୍ରବାର ହେବ। ପ୍ରଥମ ସେମିଫାଇନାଲ୍‌ରେ ବି‌ଜେଇଏମ୍‌ ଓ ‌ଖଣ୍ଡଗିରୀସ୍ଥିତ ସେଣ୍ଟ୍‌ ଜାଭିୟର୍ସ ଏବଂ ଦ୍ବିତୀୟରେ କିସ୍‌ ଓ ସେଣ୍ଟ୍‌ ଜୋସେଫ୍‌ ସ୍କୁଲ ମୁହାଁମୁହିଁ ହେବେ। ଗୁରୁବାର ଶେଷ ଲିଗ୍‌ ମ୍ୟାଚ୍‌ରେ ସେଣ୍ଟ୍‌ ଜାଭିୟର୍ସ ୧୦ ୱିକେଟ୍‌ରେ ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌କୁ ପରାସ୍ତ କରିଥିଲା। ସାଇ ନିର୍ଧାରିତ ୨୨ ଓଭରରେ ୯ ୱିକେଟ୍‌ ବିନିମୟରେ ୧୨୬ ରନ୍‌ କରିଥିଲା। ଆୟୁଷ ମହାନ୍ତି ୩୭ ଓ ଅର୍ନଭ ପଟ୍ଟନାୟକ ୨୬ ରନ୍‌ କରିଥିଲେ। ଚିତରଂଜନ ପାତ୍ର ୩ ଓ ଅନିକତ ସ୍ବାଇ ୨ ୱିକେଟ୍‌ ନେଇଥିଲେ। ଜବାବରେ ଜାଭିୟର୍ସ ଦଳ ୧୦.୪ ଓଭରରେ କୌଣସି ୱିକେଟ୍‌ ନ ହରାଇ ମ୍ୟାଚ୍‌ ଜିତି ‌ନେଇଥିଲା। ଚିତରଂଜନ ଦାସ (୫୦*, ୩୨ ବଲ୍‌) ଓ ଜଗଜିତ୍‌ ଦାସ (୬୫*, ୩୨ ବଲ୍‌) ଅଧର୍ଶତକ ହାସଲ କରିଥିଲେ। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଚିତରଂଜନଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ସୁନିଲ ବେହେରା ଓ ବିନୋଦ ଦାସ ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ବିକାଶ ମାନ୍‌ସିଂହ ସ୍କୋରର୍‌ ରହିଥିଲେ।

ସମ୍ବନ୍ଧିତ ଖବର