ଭୁବନେଶ୍ବର: ସହିଦ ସ୍ପୋର୍ଟିଂ ଭୁବନେଶ୍ବର କନିଷ୍ଠ (୧୬ ବର୍ଷରୁ କମ୍) କ୍ରିକେଟ୍ ଲିଗ୍ର ବିଜେତା ହୋଇଛି। ପ୍ରଗତି ସ୍ପୋଟିଂ ଦ୍ବାରା ଆୟୋଜିତ ଏହି ପ୍ରତିଯୋଗିତାର ବୁଧବାର ଫାଇନାଲ୍ରେ ସହିଦ ସ୍ପୋର୍ଟିଂ ୩୦ ରନ୍ରେ ରାମେଶ୍ବର ସ୍ପୋର୍ଟିଂକୁ ହରାଇ ଟ୍ରଫି କରାୟତ କରିଥିଲା। ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ସହିଦ ସ୍ପୋର୍ଟିଂ ନିର୍ଧାରିତ ୪୦ ଓଭରରେ ୬ ୱିକେଟ୍ ବିନିମୟରେ ୨୨୭ ରନ୍ କରିଥିଲା। ବିଶ୍ବ ବିଭବ ମୁଦୁଲି (୭୫ ରନ୍, ୬୯ ବଲ୍) ଏବଂ ସୌମ୍ୟ ଶ୍ରୀଚନ୍ଦନ (୫୦ ରନ୍, ୩୯ ବଲ୍) ଅର୍ଧଶତକ ହାସଲ କରିଥିଲା ବେଳେ ସାଇ ପ୍ରସାଦ ୨ ୱିକେଟ୍ ନେଇଥିଲେ। ଜବାବରେ ରାମେଶ୍ବର ସ୍ପୋର୍ଟିଂ ୩୮.୪ ଓଭରରେ ସମସ୍ତ ୱିକେଟ୍ ହରାଇ ୧୯୭ ରନ୍ କରିଥିଲା। ସାରାଂଶ କୁମାର ୪୩ ଏବଂ ତନ୍ମୟ ବିଶ୍ବାଳ ୩୯ ରନ୍ କରିଥିଲେ। ସହିଦ ସ୍ପୋର୍ଟିଂ ପକ୍ଷରୁ ସୌମିତ୍ର ବିଶ୍ବାଳ, ଓମ୍ ଶ୍ରୀରାମ ଓ ହିମାଂଶୁ ୨ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ। ବିଶ୍ବ ବିଭବ ମୁଦୁଲି ଫାଇନାଲ୍ର ଏବଂ ସୌମିତ୍ର ବିଶ୍ବାଳ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।
ଭୁବନେଶ୍ବର କନିଷ୍ଠ କ୍ରିକେଟ୍ ଲିଗ୍ ଜିତିଲା ସହିଦ ସ୍ପୋର୍ଟିଂ
/sambad/media/post_attachments/wp-content/uploads/2018/12/Untitled-1-26.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)