ଭୁବନେଶ୍ୱର ଓପନ୍‌ ଚେସ୍‌: ମାନସ ବିଜେତା

ଭୁବନେଶ୍ୱର: ଭୁବନେଶ୍ୱର ଚେସ୍‌ ସଂଘ ଆନୁକୂଲ୍ୟରେ ୟୁନିଟ୍‌-୨ ସ୍ଥିତ ସେକ୍ରେଟାରିଏଟ୍‌ ରିକ୍ରିଏସନ୍‌ କ୍ଲବ୍‌ରେ ଆୟୋଜିତ ଭୁବନେଶ୍ୱର ଚେସ୍‌ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମାନସ ରଂଜନ ପରିଡ଼ା (୮.୫ ପଏଣ୍ଟ୍‌) ବିଜେତା ହୋଇଥିଲା ବେଳେ ପ୍ରଭାତ କୁମାର ଓଝା (୮) ଦ୍ୱିତୀୟ ଏବଂ ସର୍ବେଶ୍ୱର ସାହୁ (୭) ତୃତୀୟ ସ୍ଥାନରେ ରହିଥିଲେ। ବିଭିନ୍ନ ବୟସ ବର୍ଗରେ ଜଗତ ଜସିମ୍‌ ପାତ୍ର, ଯୁବରାଜ ସାହୁ, ତମନ୍ନା କୁମାରୀ, ଇଶାନ୍ତ ଦାସ, ସାବେରୀ ଯାଦବ, ଏନ୍‌ ପ୍ରତ୍ୟୁଷ, ରୁକ୍‌ମନ ସାହୁ, ତ୍ରିଦେବ ସାହୁ, ଶ୍ରୀୟାଂଶ ଦେ, ସିଦ୍ଧାର୍ଥ ମିଶ୍ର, ସାସ୍ୱତ ସାହୁ, ଅଭିନବ ପଟ୍ଟନାୟକ, ବୈଭବ ମଜୁମଦାର, ସ୍ନେହାଶିଷ ଦାସ, ଆୟୁଷ ମହାନ୍ତି, କେ ଅନୁରାଗ, ପୀୟୂଷ କୁମାର ଚିନାରା, ଜଗଦୀଶ କୁମାର ଘଡ଼େଇ, ନିଖିଳ ସାହୁ, ଓମ୍‌ ପ୍ରକାଶ ଗଡ଼ନାୟକ, ଏସ୍‌ ଦୀପ୍ତି, ମିକୁନ ମିଶ୍ର, ସାଇ ସମ୍ପ୍ରଦା ମହାନ୍ତି, ରିଆ ମହାପାତ୍ର ଏବଂ ଅନନ୍ୟା ଅପରାମିତା ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ। ସ୍ନେହାଞ୍ଜଳି ପ୍ରଧାନଙ୍କୁ ଶ୍ରେଷ୍ଠ ମହିଳା ଏବଂ ଭୀମସେନ ପ୍ରଧାନଙ୍କୁ ଶ୍ରେଷ୍ଠ ଭେଟେରାନ୍‌ ଖେଳାଳି ପୁରସ୍କାର ମିଳିଥିଲା। ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ସେକ୍ରେଟାରିଏଟ୍‌ ରିକ୍ରିଏସନ୍‌ କ୍ଲବ୍‌ର ସାଧାରଣ ସମ୍ପାଦକ ମାନଗୋବିନ୍ଦ ଦଳାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଚେସ୍‌ ସଂଘର ସମ୍ପାଦକ ଅରାତି ବିଜୟ ମହାନ୍ତି, ନିର୍ଦେଶକ ଦେବାଶିଷ ପାଣିଗ୍ରାହୀ, ଉପସଭାପତି ସ୍ମୃତି ରଂଜନ ଦାସ, କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଭାତ କୁମାର ନାଥ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର