ଭୁବନେଶ୍ୱର, ସମ୍ବଲପୁରର ବାଜିମାତ୍‌

ରାଜ୍ୟ ବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ ଓ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ

ସମ୍ବଲପୁର: ଦୁଇ ଦିନ ଧରି ଚାଲିଥିବା ରାଜ୍ୟ ବିଦ୍ୟାଳୟ ବ୍ୟାଡ୍‌ମିଣ୍ଟନ୍‌ ଓ ସନ୍ତରଣ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ବ୍ୟାଡ୍‌ମିଣ୍ଟନ୍‌ ୧୪ ବର୍ଷରୁ କମ୍‌ ବାଳକରେ ଭୁବନେଶ୍ୱର ବିଜେତା, ଅନୁଗୁଳ ଉପବିଜେତା, ବାଳିକାରେ ସମ୍ବଲପୁର ବିଜେତା, ଭୁବନେଶ୍ୱର ଉପବିଜେତା ହୋଇଛି। ୧୭ ବର୍ଷରୁ କମ୍‌ ବାଳକରେ ଭୁବନେଶ୍ୱର ବିଜେତା, ସମ୍ବଲପୁର ଉପବିଜେତା, ବାଳିକାରେ ଅନୁଗୁଳ ବିଜେତା, କଳାହାଣ୍ଡି ଉପବିଜେତା ହୋଇଛି। ସେହିପରି ସନ୍ତରଣ ୧୪ ବର୍ଷରୁ କମ୍‌ ବାଳକରେ ଯଦୁ ବୁଡ଼େକ ଏବଂ ସୁବ୍ରତ ମିର୍ଧା (ଉଭୟ ଭୁବନେଶ୍ୱର), ମଝା ମାରାଣ୍ଡି, ରୋହିତ ମିର୍ଧା, ରୂପଭ ଲାମା (ସମସ୍ତେ ସମ୍ବଲପୁର), ବାଳିକାରେ ରୀନା କବାସି, କୁନ୍ତୀ ଭୂମା (ଉଭୟ ଭୁବନେଶ୍ୱର), ମହୀକା ମହାକୁର (ସମ୍ବଲପୁର), ୧୭ ବର୍ଷରୁ କମ୍‌ ବାଳକରେ ବିକାଶ ହରିପାଲ, ଅମିୟ ପ୍ରଧାନ, ତନୁ ସୁନା (ସମସ୍ତେ ସମ୍ବଲପୁର), ଆୟୁଷ ମାଝୀ (ବରଗଡ଼), ନବୀନ ଶର୍ମା, ମନୋଜ ବେହେରା (ସମସ୍ତେ ଭୁବନେଶ୍ୱର), ବାଳିକାରେ ପ୍ରତ୍ୟାଶା ରାୟ, ସୋନିଆ ପଟେଲ, ଅଲିଶା କେରକେଟା (ସମସ୍ତେ ଭୁବନେଶ୍ୱର) ଜାତୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। ଉଦ୍‌ଯାପନୀ ଉତ୍ସବରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଡ. ପ୍ରମୋଦ କୁମାର ପଣ୍ଡା, ଶାରୀରିକ ଶିକ୍ଷା ନିରୀକ୍ଷକ ସମ୍ବଲପୁର ସତ୍ୟନାରାୟଣ ରାୟଗୁରୁ, ଶାରୀରିକ ଶିକ୍ଷା ନିରୀକ୍ଷକ ବଲାଙ୍ଗୀର ଜ୍ୟୋତି ପ୍ରାସାଦ ପରିଡ଼ା, ବିଜ୍ଞାନ ନିରୀକ୍ଷକ ଦୀପାଳି ଚୌଧୁରୀ, ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର