ଭୁବନେଶ୍ୱର ବିଦ୍ୟାଳୟ ଚେସ୍‌ରେ ଓମ୍‌ ଆଦିତ୍ୟ ବିଜେତା

ଭୁବନେଶ୍ୱର: ଭୁବନେଶ୍ୱର ବିଦ୍ୟାଳୟ ଚେସ୍‌ ପ୍ରତିଯୋଗିତାରେ ମଦର୍ସ ପବ୍ଲିକ୍‌ ସ୍କୁଲ୍‌ ଛାତ୍ର ଓମ୍‌ ଆଦିତ୍ୟ ଖାଡ଼ଙ୍ଗା ବିଜେତା ହୋଇଥିଲା ବେଳେ ତାଙ୍କ ସହ ସମାନ ୭ ପଏଣ୍ଟ୍‌ ଲେଖାଏଁ ପାଇ ଡିଏଭି କଳିଙ୍ଗ ନଗର ଛାତ୍ର ଜଗଦୀଶ ଘଡ଼ାଇ ଓ ବରମୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଛାତ୍ର ପ୍ରଭାଂଶୁ ଦାଶ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ପାଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ସାସ୍ୱତ ସାହୁ, ଏନ୍‌ ପ୍ରତ୍ୟୁଷ (ଉଭୟେ ୬), ରୋହିତ ମଲ୍ଲିକ, ଦିବ୍ୟସିଂହ ରାୟ, ଆଦର୍ଶ ମିଶ୍ର (ପ୍ରତ୍ୟେକ ୫.୫), ସୁଜିତ ଦାଶ, ମିକୁନ ମିଶ୍ର, ମହାବୀର ପାତ୍ର, ତ୍ରିଦେବ ସାହୁ ସିଦ୍ଧାର୍ଥ ମିଶ୍ର, ବୈଭବ ଘୋଷ ଓ ସୁଧାଂଶୁ ବାରିକ୍‌ (ପ୍ରତ୍ୟେକ ୫) ୧୫ ସ୍ଥାନ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ। ଅନ୍ୟପକ୍ଷରେ ବିଭିନ୍ନ ବୟସ ବର୍ଗରେ ଆୟୂଷ ଦାସ, ଆୟୁଷ୍ମାନ ସାମନ୍ତରାୟ, ଅଭିଜିତ୍‌ ବିଶ୍ୱାଳ, ତମନ୍ନା କୁମାରୀ, ରିଶିତ୍‌ ଦେବନାଥ (୭ରୁ କମ୍‌), ଅଂଶୁମାନ ପତି, ଅକ୍ଷିତା ନାୟକ, ଜୀବନଜ୍ୟୋତି ସାହୁ, ଶ୍ରଦ୍ଧା ମିଶ୍ର, ନିତିଶା ସୁର୍‌ (୯ରୁ କମ୍‌), ଅମ୍ରିତ୍‌ ଶତପଥୀ, ଅଭିନବ ପଟ୍ଟନାୟକ, ଅମାନ ଅଲ୍ଲୀ, ଆର୍ଯ୍ୟନ୍‌ ଆଦେଶ ଛାଟୋଇ, ସଂସ୍ଲେଶ ସାହୁ (୧୧ରୁ କମ୍‌), ଲୁଇସ୍‌ ବିଷୋୟୀ, ଆର୍ଯ୍ୟନ୍‌ ରାଜଗୁରୁ, ଓମ୍‌ ପ୍ରସାଦ ଦାସ, ଆୟୂଷୀ ଦାସ, ସତ୍ୟଜିତ୍‌ ସାମନ୍ତରାୟ (୧୩ରୁ କମ୍‌), ନମସ୍ୟା ନଳିନୀ, ଆଭା ପ୍ରିୟଦର୍ଶିନୀ, ମନୀଷା ସାହୁ, ବୈଷ୍ଣବୀ ଘୋଷ, ଶିବାଙ୍ଗୀ ମହାନ୍ତି (ବାଳିକା) ସ୍ୱତନ୍ତ୍ର ପୁରସ୍କାର ପାଇଥିଲେ। ଭୁବନେଶ୍ୱର ଚେସ୍‌ ସଂଘ ସଂପାଦକ ଅରାତି ବିଜୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଇଂ ରାଜକିଶୋର ଘଡେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର