ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ-ଏନ୍‌ସିଆର୍‌ ଫାଇନାଲ୍‌

ମେଜର ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି

ରାଉରକେଲା: ବିଜୁ ପଟ୍ଟନାୟକ ହକି ଷ୍ଟାଡ଼ିୟମରେ ଚାଲିଥିବା ତୃତୀୟ ସର୍ବଭାରତୀୟ ମେଜର୍‌ ଧ୍ୟାନଚାନ୍ଦ ସ୍ମାରକୀ ମହିଳା ହକି ଫାଇନାଲ୍‌ରେର ରବିିବାର ଭୁବନେଶ୍ୱର କ୍ରୀଡ଼ା ଛାତ୍ରାବାସ ଓ ଉତ୍ତର-କେନ୍ଦ୍ରୀୟ ରେଳବାଇ (ଆଲାହାବାଦ) ମୁହାଁମୁହିଁ ହେବେ। ଶନିବାର ସେମିଫାଇନାଲରେ ଭୁବନେଶ୍ୱର ଦଳ ୫-୪ ଗୋଲ୍‌ରେ ପାନପୋଷ କନିଷ୍ଠ କ୍ରୀଡ଼ା ଛାତ୍ରାବାସକୁ ପରାସ୍ତ କରିଥିଲା ବେଳେ ଉତ୍ତର-କେନ୍ଦ୍ରୀୟ ରେଳବାଇ ୨-୦ ଗୋଲ୍‌ରେ ଉତ୍ତର-ପୂର୍ବ ରେଳବାଇ (ଗୋରଖପୁର)କୁ ହରାଇଥିଲା।

ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ୍‌ରେ ଭୁବନେଶ୍ୱର ଦଳ ପକ୍ଷରୁ ଖୁସ୍‌ବୁ କୁଜୁର ଓ ଅସ୍ମିତା ବାର୍ଲା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା ବେଳେ ପାନପୋଷ ପକ୍ଷରୁ ନିମାବତୀ ସିଂହ ଓ ଜୀବନ କିଶୋରୀ ଟପ୍ପୋ ଗୋଟିଏ ଲେଖାଏଁ ଗୋଲ୍‌ କରିବାରୁ ନିର୍ଧାରିତ ସମୟ ୨-୨ ଗୋଲ୍‌ ସମାନ ସ୍ଥିତିରେ ଶେଷ ହୋଇଥିଲା। ଫଳରେ ସୁଟ୍‌ଆଉଟ୍‌ର ଆଶ୍ରୟ ନିଆଯାଇଥିଲା। ସେଥିରେ ମଧ୍ୟ ଉଭୟ ଦଳ ୨-୨ ଗୋଲ୍‌ କରିଥିଲେ। ଶେଷରେ ଗୋଲ୍‌ଡେନ୍‌ ଗୋଲ୍‌ ନିୟମରେ ଭୁବନେଶ୍ୱର ଦଳ ବିଜୟୀ ହୋଇଥିଲା। ଭୁବନେଶ୍ୱର ଦଳର ମାରିୟାନା କୁଜୁର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଅନ୍ୟ ସେମିଫାଇନାଲ୍‌ରେ ଏକପାଖାଖିଆ ଭାବେ ଶେଷ ହୋଇଥିଲା। ଉତ୍ତର କେନ୍ଦ୍ରୀୟ ରେଳବାଇ ଦଳ ପକ୍ଷରୁ ପିଙ୍କି ଓ ଅନୁବାଲା ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲେ। ପିଙ୍କି ଶ୍ରେଷ୍ଠ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଦୁଇଟି ଯାକ ସେମିଫାଇନାଲ୍‌କୁ ଦୁର୍ଗା ଠାକୁର, ନିଶା ଦେବୀ, ରମା ପୋଟନିସ ଓ ଶ୍ୱେତା ପାଟିଲ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର