ଭୁବନେଶ୍ୱର ୧୦ ଓ୍ଵିକେଟ୍‌ରେ ବିଜୟୀ: ଚନ୍ଦ୍ରଶେଖରଙ୍କ ଶତକକୁ ଫିକା କଲା ଚିଲିକା

ଭୁବନେଶ୍ୱର: ଓଡ଼ିଶା ୟୁଥ୍‌ ବାଙ୍ଗାଲୋର ଆନୁକୂଲ୍ୟରେ ଏଥେନା ସ୍ପୋର୍ଟସ୍‌ କ୍ଲବ୍‌ ପଡ଼ିଆରେ ଚାଲିଥିବା ଓଡ଼ିଶା ପ୍ରିମିୟର ଲିଗ୍‌ (ଓପିଏଲ୍‌)ର ରବିବାର ଗୋଟିଏ ମ୍ୟାଚ୍‌ରେ ଭୁବନେଶ୍ୱର ୧୦ ଓ୍ଵିକେଟ୍‌ରେ ବିଜୟୀ ହୋଇଥିଲା ବେଳେ ଅନ୍ୟ ମ୍ୟାଚ୍‌ରେ ଚିଲିକା ୭ ଓ୍ଵିକେଟ୍‌ର ବିଜୟ ପାଇଛି।

ପ୍ରଥମ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ମଞ୍ଜୁନାଥ ଏସ୍‌ଙ୍କ ୨୧ ବଲ୍‌ରୁ ୫୮ ରନ୍‌ ସହାୟତାରେ ଭୁବନେଶ୍ୱର ଦଳ ଖୋର୍ଧା ଫାଇଟର୍ସକୁ ପରାସ୍ତ କରିଥିଲା। ଖୋର୍ଧା ୧୯.୧ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୮୦ ରନ୍‌ କରିବା ପରେ ଭୁବନେଶ୍ୱର ୬ ଓଭରରେ ବିନା ଓ୍ଵିକେଟ୍‌ରେ ୮୫ ରନ୍‌ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ରାଉରକେଲା ଦଳର ଚନ୍ଦ୍ରଶେଖର ମୁର୍ତିଙ୍କ ଶତକ (୫୩ ବଲ୍‌ରୁ ୧୦୪ ରନ୍‌)କୁ ନିଷ୍ଫଳ କରି ଚିଲିକା ବିଜୟୀ ହୋଇଛି। ରାଉରକେଲା ୧୮ ଓଭରରେ ୭ ଓ୍ଵିକେଟ୍‌ ହରାଇ ୧୫୨ ରନ୍‌ କରିଥିଲା। ହେଲେ ଚିଲିକା ଦଳ ୧୨.୪ ଓଭରରେ ୩ ଓ୍ଵିକେଟ୍‌ ବିନିମୟରେ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଶତକୀୟ ପାଳି ପାଇଁ ଚନ୍ଦ୍ରଶେଖର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଏହି ଲିଗ୍‌ର ପରବର୍ତୀ ମ୍ୟାଚ୍‌ ଆସନ୍ତାବର୍ଷ ଜାନୁଆରି ୬ ତାରିଖରେ ଖେଳାଯିବ।

ସମ୍ବନ୍ଧିତ ଖବର