ଭୂତିଆ ସ୍ମାରକୀ ଫୁଟ୍‌ବଲ୍‌:ଫାଇନାଲ୍‌ରେ ସଂଘର୍ଷ

ନାଲ୍‌କୋନଗର: ସମଲେଶ୍ୱରୀ ସ୍ପୋର୍ଟିଂକୁ ୪-୧ ଗୋଲ୍‌ରେ ପରାସ୍ତ କରି ଭୁବନେଶ୍ୱରର ସଂଘର୍ଷ କ୍ଲବ୍‌ ସର୍ବଭାରତୀୟ ଭୂତିଆ ସ୍ମାରକୀ ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ରେ ସ୍ଥାନ ପକ୍କା କରିନେଇଛି। ନାଲ୍‌କୋନଗରରେ ଚାଲିଥିବା ପ୍ରତିଯୋଗିତାର ମଙ୍ଗଳବାର ସେମିଫାଇନାଲ୍‌ରେ ଅନ୍ତର୍ଯ୍ୟାମୀ ନାୟକଙ୍କ ୨୮ ମିନିଟ୍‌ ଗୋଲ୍‌ ବଳରେ ସଂଘର୍ଷ କ୍ଲବ୍‌ ପ୍ରଥମାର୍ଧ ସୁଦ୍ଧା ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଦ୍ୱିତୀୟାର୍ଧରେ ଆଶିଷ ପ୍ରଧାନ ଗୋଟିଏ ପେନାଲ୍‌ଟି ଗୋଲ୍‌ (୫୪ ମିନିଟ୍‌), ବତଲ ଲାକୁଆ ୨ଟି ଗୋଲ୍‌ (୬୭ ଓ ୮୧ ମିନିଟ୍‌) ଦେଇ ବ୍ୟବଧାନ ବଢ଼ାଇଥିଲେ। ତେବେ ସମ୍ବଲପୁର ଦଳର କରନ ଓରାମ ୫୨ ମିନିଟ୍‌ରେ ଗୋଟିଏ ଗୋଲ୍‌ ଶୁଝି ଦେଇଥିଲେ।

ସମ୍ବନ୍ଧିତ ଖବର