ନୂଆଦିଲ୍ଲୀ: ପୁରୁଷ ଓ ମହିଳା କ୍ରିକେଟ୍ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବା ପାଇଁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଏକ ବଡ଼ ନିଷ୍ପତ୍ତି ନେଇଛି। ଏବେ ଆଇସିସି ଇଭେଣ୍ଟରେ ପୁରୁଷ ଓ ମହିଳା କ୍ରିକେଟ ଦଳକୁ ସମାନ ପୁରସ୍କାର ରାଶି ମିଳିବ।

Advertisment

ଦକ୍ଷିଣ ଆଫ୍ରିକାର ଡର୍ବାନରେ ଆୟୋଜିତ ଆଇସିସି ବାର୍ଷିକ ସମ୍ମିଳନୀରେ ଏହି ନିଷ୍ପତ୍ତି ନିଆଯାଇଛି, ଯାହା କି ୨୦୩୦ ସୁଦ୍ଧା ପୁରସ୍କାର ରାଶି ସମାନତା ହାସଲ କରିବା ପାଇଁ ଆଇସିସିର ପ୍ରୟାସରେ ଏକ ମାଇଲଖୁଣ୍ଟ । ଏହି ନିଷ୍ପତ୍ତି ପରେ ମହିଳା ବିଶ୍ୱକପ୍ ଜିତିବା କିମ୍ବା ଆଇସିସି ଇଭେଣ୍ଟର ମ୍ୟାଚ୍ ଜିତିବା ପାଇଁ ପୁରୁଷ ଦଳକୁ ମିଳୁଥିବା ପୁରସ୍କାର ରାଶି ଏବେ ମହିଳା କ୍ରିକେଟ୍ ଦଳକୁ ମଧ୍ୟ ଦିଆଯିବ।

ଆଇସିସି ଅଧ୍ୟକ୍ଷ ଗ୍ରେଗ୍ ବାର୍କଲେ କହିଛନ୍ତି ଯେ, ଖେଳ ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ଏବଂ ମୁଁ ଖୁସି ଯେ ଆଇସିସି ବିଶ୍ୱ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେଉଥିବା ପୁରୁଷ ଏବଂ ମହିଳା କ୍ରିକେଟରମାନେ ବର୍ତ୍ତମାନ ସମାନ ପୁରସ୍କାର ରାଶି ପାଇବେ।

ମହିଳା ଓ ପୁରୁଷ କ୍ରିକେଟିୟରଙ୍କ ମଧ୍ୟରେ ଥିବା ପାଉଣା ବ୍ୟବଧାନକୁ ଦୂର କରିବାକୁ ବିସିସିଆଇ ପୂର୍ବରୁ ହିଁ ଉଦ୍ୟମ କରିସାରିଥଛି । ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମର ସଦସ୍ୟମାନଙ୍କୁ ସମାନ ପାଉଣା ମିଳିବା ସଂପର୍କରେ କିଛି ମାସ ତଳେ ବିସିସିଆଇ ସେକ୍ରେଟାରି ଜୟ ଶାହା ଘୋଷଣା କରିଥିଲେ ।