ଯନ୍ତ୍ରଣା ଜର୍ଜରିତ ପାଳିରେ ୧୬୧ ବଲ୍ରୁ ୨୩* ରନ୍ କରି ଭାରତକୁ ପରାଜୟରୁ ବଞ୍ଚାଇଥିବା ହନୁମା ବିହାରୀଙ୍କୁ ସାଥୀ ବ୍ୟାଟର୍ ଆର୍ ଅଶ୍ବିନ ପ୍ରଶଂସାରେ ପୋତି ଦେଇଛନ୍ତି। ବିହାରୀଙ୍କ ସହ ପାଖାପାଖି ପାଞ୍ଚ ଘଣ୍ଟା ବ୍ୟାଟିଂ କରି ନିଜେ ୧୨୮ ବଲ୍ରୁ ୩୯* ରନ୍ର ମାରାଥନ ପାଳି ଖେଳିଥିବା ଅଶ୍ବିନ କହିଛନ୍ତି ଯେ ପୂଜାରା ଓ ପନ୍ତଙ୍କ ୱିକେଟ୍ ଯିବା ଏବଂ ବିହାରୀ ଆହତ ହେବା ପରେ ବିଜୟ ଆମ ପାଇଁ ଅସମ୍ଭବ ଥିଲା। ବିହାରୀ ନିଜ ପାଳି ପାଇଁ ଗର୍ବିତ ହେବା କଥା। ଏହା ଶତକ ଅର୍ଜନଠାରୁ କୌଣସି ଗୁଣରେ କମ୍ ନଥିଲା। ମୁଁ ନେଟ୍ସରେ ବହୁତ ଭଲ ବ୍ୟାଟିଂ କରୁଥିଲି। ପଡ଼ିଆ ମଝିରେ କିଛି ସମୟ କଟାଇବା ମୋତେ ଆନନ୍ଦିତ କରିଛି। ସିଡ୍ନି କ୍ରିକେଟ୍ ପଡ଼ିଆରେ ୪୦୦ ରନ୍କୁ ପିଛା କରିବା ଆଦୌ ସହଜ ନୁହେଁ। କାରଣ ଏଠାରେ ବଲ୍ ସବୁବେଳେ ଉଚ୍ଚ ନୀଚ ରହେ। ମୁଁ ଭାବୁଛି ପନ୍ତଙ୍କ ପାଳି ହିଁ ଆମକୁ ଆଶା ଦେଇଥିଲା। ମଧ୍ୟାହ୍ନଭୋଜନ ବିରତି ବେଳେ ସିଡ୍ନିରେ ଅର୍ଦ୍ଧଶତକ ହାସଲଠାରୁ କମ୍ରେ ମୁଁ ସନ୍ତୁଷ୍ଟ ହେବି ନାହିଁ ବୋଲି କହିଥିଲି।
ବିହାରୀଙ୍କ ପାଳି ଶତକ ସହ ସମାନ: ଅଶ୍ବିନ
/sambad/media/post_attachments/wp-content/uploads/2021/01/ashwin-m.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)