ଭୁବନେଶ୍ବର: କୋଲକାତାର ସଲଟ ଲେକ୍ ଷ୍ଟାଡିୟମରେ ଚାଲିଥିବା ବିଜୟ ମର୍ଚାଣ୍ଟ ଟ୍ରଫିର ଦ୍ବିତୀୟ ଦିବସରେ ଆଶୁତୋଷ ଛୁରିଆଙ୍କ ୬ ୱିକେଟ୍ ସଫଳତା ବଳରେ ଓଡ଼ିଶା ପ୍ରତ୍ୟାବର୍ତନ କରିଛି। ଓଡ଼ିଶା କିନ୍ତୁ ପ୍ରଥମ ପାଳିରେ ୫୯ ରନ୍ ପଛରେ ପଡ଼ିଯାଇଛି। ରବିବାର ପ୍ରଥମ ଦିନ ଓଡ଼ିଶା ପ୍ରଥମ ପାଳିରେ ୧୬୫ ରନ୍ କରିଥିଲା। ଆଶୁତୋଷ (୨୭-୭-୭୦-୬)ଙ୍କ ଘାତକ ବୋଲିଂର ସମ୍ମୁଖୀନ ହୋଇ ନ ପାରି ଘରୋଇ ବେଙ୍ଗଲ ପ୍ରଥମ ପାଳିରେ ୨୨୪ ରନ କରିଛି। ଶୋଭନ ଦେବ ବେହେରା (୨/୩୧), ଅଧିନାୟକ ସୂର୍ଯ୍ୟ ମହାପାତ୍ର (୧/୧୪), ଶୁଭସୁନ୍ଦର ବାରିକ (୧/୩୨) ଅବଶିଷ୍ଟ ୪ ୱିକେଟକୁ ବାଣ୍ଟି ନେଇଥିଲେ। ଘରୋଇ ଦଳ ପକ୍ଷରୁ କିନ୍ତୁ ୱିକେଟରକ୍ଷକ ବ୍ୟାଟସମ୍ୟାନ୍ ଅଭିଷେକ ପୋରେଲ (୧୦୨, ୧୩୬ ବଲ, ୧୫ ଚୌକା, ୧ ଛକା) ଶତକ ହାସଲ କରି ନେଇଥିଲେ। ଦ୍ବିତୀୟ ସର୍ବାଧିକ ୩୬ ରନ୍ କରିଥିଲେ ଅଧିନାୟକ ତୌଫିକ ଉଦ୍ଦିନ ମଣ୍ଡଳ। ଜବାବରେ ଦ୍ବିତୀୟ ଦିନ ଖେଳ ଶେଷ ସୁଦ୍ଧା ଓଡ଼ିଶା ଦ୍ବିତୀୟ ପାଳିରେ ବିନା କ୍ଷତିରେ ୬୮ ରନ୍ ସଂଗ୍ରହ କରିଛି। ପ୍ରାରମ୍ଭିକ ଯୋଡ଼ି ପ୍ରିନ୍ସ ସଙ୍କେତ ବେହେରା (୨୮*, ୧୧୫ ବଲ, ୫ ଚୌକା) ଏବଂ ବିଶ୍ବଜିତ ପାତ୍ର (୩୩*, ୧୦୨ ବଲ, ୬ ଚୌକା) ଅତୁଟ ପ୍ରଥମ ୱିକେଟରେ ଓଡ଼ିଶା ପାଇଁ ଦୃଢ଼ ମୂଳଦୁଆ ପକାଇଛନ୍ତି।
ବିଜୟ ମର୍ଚାଣ୍ଟ ଟ୍ରଫି : ଆଶୁତୋଷଙ୍କୁ ୬ ୱିକେଟ
/sambad/media/post_attachments/wp-content/uploads/2018/10/cricket-former-sa-bowler-tsotsobe-handed-eight-year-ban-for-match-fixing-696x434.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)