କଟକ: ଆସାମର ନାଗାଓସ୍ଥିତ ନୁରୁର ଅମିନ୍ ଷ୍ଟାଡିୟମରେ ଓଡ଼ିଶା ଓ ଆସାମ ମଧ୍ୟରେ ୧୬ ବର୍ଷରୁ କମ୍ ବିଜୟ ମର୍ଚ୍ଚାଣ୍ଟ ଟ୍ରଫି କ୍ରିକେଟ୍ ମ୍ୟାଚ୍ ଆରମ୍ଭ ହୋଇଛି। ପ୍ରଥମ ଦିନ ଘରୋଇ ଦଳ ବିପକ୍ଷରେ ଓଡ଼ିଶା ପାଳି ଅଗ୍ରଣୀ ନେଇଯାଇଛି। ଟସ୍ ଜିତି ବ୍ୟାଟିଂ କରିଥିବା ଆସାମର ପ୍ରଥମ ପାଳିକୁ ମାତ୍ର ୭୪ ରନ୍ରେ ସଫା କରିଦେବା ପରେ ଓଡ଼ିଶା ପ୍ରଥମ ଦିନ ଖେଳ ଶେଷ ବେଳକୁ ୮ ଓ୍ଵିକେଟ୍ ବିନିମୟରେ ୧୦୧ ରନ୍ କରିଛି। ଫଳରେ ହାତରେ ୨ ଓ୍ଵିକେଟ୍ ଥାଇ ଓଡ଼ିଶା ୨୭ ରନ୍ରେ ଆଗୁଆ ରହିଛି। ଓଡ଼ିଶା ପକ୍ଷରୁ ବିକାଶ ନାଏକ (୪/୧୨) ଓ ସୁରଜ ବେହେରା (୩/୧୯) ଚମତ୍କାର ବୋଲିଂ କରି ଆସାମ ପାଳିକୁ ଅଟକାଇ ଦେଇଥିଲେ। ଜବାବରେ ଓଡ଼ିଶା ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ତଥାପି ମଧ୍ୟକ୍ରମରେ ବିନାୟକ ମହାନ୍ତି (୩୪) ଓ ଅଧିନାୟକ ସୂର୍ଯ୍ୟ ମହାପାତ୍ର (୨୬) ଓଡ଼ିଶାକୁ ପାଳି ଅଗ୍ରଣୀ ଦେବାରେ ପ୍ରମୁଖ ଭୂମିକା ନେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ସିଦ୍ଧାର୍ଥ ନାୟକ ୧୧, ସିଦ୍ଧାର୍ଥ ଜୈନ ୧୬* ରନ୍ କରିଛନ୍ତି।
ବିଜୟ ମର୍ଚ୍ଚାଣ୍ଟ ଟ୍ରଫି :ବିକାଶ, ସୁରଜଙ୍କୁ ୭ ଓ୍ଵିକେଟ୍; ଓଡ଼ିଶା ଅଗ୍ରଣୀ
/sambad/media/post_attachments/wp-content/uploads/2017/12/odisha-cricket-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)