ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶାର ପ୍ରଥମ ବିଜୟ

ତ୍ରିପୁରା ୧୦ ୱିକେଟ୍‌ରେ ପରାସ୍ତ

କଟକ: ଅଗରତାଲାରେ ଶେଷ ହୋଇଥିବା ୧୬ ବର୍ଷରୁ କମ୍‌ ବିଜୟ ମର୍ଚ୍ଚାଣ୍ଟ ଟ୍ରଫିରେ ଓଡ଼ିଶା ପ୍ରଥମ ବିଜୟ ହାସଲ କରିଛି। ଘରୋଇ ତ୍ରିପୁରାକୁ ୧୦ ଵିକେଟ୍‌ରେ ହରାଇବା ସହ ଓଡ଼ିଶା ବୋନସ ପଏଣ୍ଟ ପାଇଛି। ପ୍ରଥମ ପାଳିରେ ଅଗ୍ରଣୀ ପାଇଥିବା ଓଡ଼ିଶା ଘରୋଇ ଦଳକୁ ଦ୍ବିତୀୟ ପାଳିରେ ୧୨୪ ରନ୍‌ରେ ରୋକିପାରିଥିଲା। ଓଡ଼ିଶାର ରମେଶ ମେଲେକା ୩, ଶ୍ରେଷ୍ଠ ସି˚ହ ୩, ଆଶୁତୋଷ ଛୁରିଆ ୨, ସୂର୍ଯ୍ୟ ମହାପାତ୍ର ୨ ଵିକେଟ ପାଇଥିଲେ। ଫଳରେ ଓଡ଼ିଶା ସମ୍ମୁଖରେ ବିଜୟ ପାଇଁ ୨୩ ରନ୍‌ ଆବଶ୍ୟକ ହେଉଥିଲା। ଏହାକୁ ବିନା କୌଣସି କ୍ଷତିରେ ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ବିଶ୍ବ ବିଭବ ମୁଦୁଲି (୨୨) ଓ ବିଶ୍ବଜିତ ପାତ୍ର (୪) ହାସଲ କରିଥିଲେ। ପୂର୍ବରୁ ତ୍ରିପୁରା ପ୍ରଥମ ପାଳିରେ ୧୨୮ ରନ୍‌ କରିଥିଲା। ଜବାବରେ ଓଡ଼ିଶା ପ୍ରଥମ ପାଳିରେ ବିଭା˚ଶୁଙ୍କ ଶତକ ସହାୟତାରେ ୨୩୦ ରନ୍‌ କରିବା ସହ ପାଳି ଅଗ୍ରଣୀ ପାଇଥିଲା।

ସମ୍ବନ୍ଧିତ ଖବର