ବିଜେନ୍ଦରଙ୍କ ରାଜ୍ୟଗୋଷ୍ଠୀ ଲଢ଼େଇ ସ୍ଥଗିତ

ନୂଆଦିଲ୍ଲୀ: ଭାରତୀୟ ମୁଷ୍ଟିଯୋଦ୍ଧା ବିଜେନ୍ଦର ସିଂହଙ୍କ ରାଜ୍ୟଗୋଷ୍ଠୀ ମୁକୁଟ ଲଢ଼େଇ ସ୍ଥଗିତ ରହିଛି। ଚଳିତ ଜୁଲାଇ ମାସ ୧୩ ତାରିଖରେ ହେବାକୁଥିବା ଏହି ମୁକାବିଲାରୁ ତାଙ୍କ ପ୍ରତିନ୍ଦ୍ୱନ୍ଦ୍ୱୀ ବ୍ରିଟିସ୍‌ ଯୋଦ୍ଧା ଲି ମାର୍ଖମ ଆଘାତ ଯୋଗୁଁ ଓହରି ଯାଇଥିଲେ। ପୂର୍ବରୁ ଡବ୍ଲୁବିଓ ଏସିଆ ପାସିଫିକ୍‌ ଏବଂ ଓରିଏଣ୍ଟଲ୍‌ ସୁପର ମିଡିଲ୍‌େଓ୍ଵଟ୍‌ ଟ୍ରଫି ଜିତିଥିବା ବିଜେନ୍ଦରଙ୍କ ପାଇଁ ଏହା ତୃତୀୟ ମୁକୁଟ ସମ୍ଭାବନା ଥିଲା। ମାର୍ଖମ ଓହରିଯିବା ପରେ ସଂପ୍ରତି ମାଞ୍ଚେଷ୍ଟରରେ ଥିବା ବିଜେନ୍ଦରଙ୍କ ପାଇଁ ତାଙ୍କ ବ୍ରିଟେନ୍‌ ପ୍ରାୟୋଜକ କୁଇନ୍ସବେରି ୧୩ ତାରିଖ ଲଢ଼େଇ ପାଇଁ ଆଉ ଜଣେ ପ୍ରତିଦ୍ୱନ୍ଦ୍ୱୀ ଖୋଜୁଥିଲା। ହେଲେ ଏହା ସମ୍ଭବ ହୋଇପାରିନଥିଲା। ଫଳରେ ଏହି ଲଢ଼େଇ ସ୍ଥଗିତ ରଖିବା ସହ ଶୀଘ୍ର ପ୍ରତିଦ୍ୱନ୍ଦ୍ୱୀ ଏବଂ ତାରିଖ ଘୋଷଣା କରାଯିବ ବୋଲି ତାଙ୍କ ପ୍ରାୟୋଜକ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର