କଟକ: ଭାରତୀୟ ୧୬ ବର୍ଷରୁ କମ୍ ଫୁଟ୍ବଲ୍ ଦଳ ଅଭିଜ୍ଞତା ହାସଲ ସାଙ୍ଗକୁ ପ୍ରସ୍ତୁତି ପାଇଁ ଶୁକ୍ରବାର ଦୁବାଇ ଗସ୍ତ କରିଛି। ୨୪ ଜଣିଆ ଏହି ଦଳରେ ଓଡ଼ିଶାରୁ ପୂରୋଭାଗ ବିକି ଓରାମ ଓ ରକ୍ଷଣଭାଗ ସମୀର କେର୍କେଟା ସ୍ଥାନ ପାଇଛନ୍ତି। ଅନ୍ୟତମ ଓଡ଼ିଆ ଭାବେ ସୌମ୍ୟ ରାଉତ ଭାରତୀୟ ଦଳର ଫିଜିଓ ଭାବେ ଦୁବାଇ ଯାତ୍ରା କରିଛନ୍ତି। ୧୬ ବର୍ଷରୁ କମ୍ ଏଏଫ୍ସି କପ୍ ପ୍ରତିଯୋଗିତା ପୂର୍ବରୁ ଏହି ଗସ୍ତ ଭାରତୀୟ ଖେଳାଳିଙ୍କ ପାଇଁ ଭଲ ଅଭ୍ୟାସ ହେବ। ସେଥିପାଇଁ କାତାରଠାରେ କିଛି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିବା ପରେ ଅଗଷ୍ଟ ମାସ ମଧ୍ୟରେ ଏକାଧିକ ଦେଶକୁ ଭାରତୀୟ ଦଳ ଯାଇ ଅଭ୍ୟାସ ମ୍ୟାଚ୍ ଖେଳିବ। ଏଏଫ୍ସି ଯୋଗ୍ୟତା ପର୍ଯ୍ୟାୟରେ ଭାରତ ଅପରାଜେୟ ରହି ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରବେଶ କରିସାରିଛି।
ଭାରତୀୟ କନିଷ୍ଠ ଫୁଟ୍ବଲ ଦଳରେ ବିକି, ସମୀର
/sambad/media/post_attachments/wp-content/uploads/2018/01/samir-Kerketta-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)