ବିଳାସ ରାଉତରାୟ ସ୍ମାରକୀ କ୍ରିକେଟ୍‌ ସହିଦ, ମୁକ୍ତେଶ୍ୱର, ପାରାମାଉଣ୍ଟ୍‌ ବିଜୟୀ

ଭୁବନେଶ୍ୱର: ପୋଖରିପୁଟ ବିହାରୀଲାଲ ଷ୍ଟାଡିୟମରେ ଶୁକ୍ରବାର ଆରମ୍ଭ ହୋଇଥିବା ବିଳାସ ରାଉତରାୟ ସ୍ମାରକୀ କ୍ରିକେଟ୍‌ ପ୍ରତିଯୋଗିତାରେ ଶୁକ୍ରବାର ସହିଦ ସ୍ପୋର୍ଟିଂ, ମୁକ୍ତେଶ୍ୱର କ୍ରିକେଟ୍‌ କ୍ଲବ୍‌ ଏବଂ ପାରାମାଉଣ୍ଟ୍‌ ସ୍ପୋର୍ଟିଂ ବିଜୟୀ ହୋଇଛନ୍ତି। ପ୍ରଥମ ମ୍ୟାଚ୍‌ରେ ସହିଦ ସ୍ପୋର୍ଟିଂ ୨୩ ରନ୍‌ରେ ସ୍କାନ୍‌କୁ ପରାସ୍ତ କରିଥିଲା। ସହିଦ ସ୍ପୋର୍ଟିଂ ସନ୍ତୋଷ ଦେବକାନ୍ତଙ୍କ ୬୭* ଏବଂ ପ୍ରିତିରଂଜନ ଦାସଙ୍କ ୩୯* ରନ୍‌ ସହାୟତାରେ ୧୩୪/୧ କରିଥିଲା। ଜବାବରେ ସ୍କାନ୍‌ ୧୧୨ କରିପାରିଥିଲା। ସନ୍ତୋଷ ଦେବକାନ୍ତ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ଦ୍ୱିତୀୟ ମ୍ୟାଚ୍‌ରେ ମୁକ୍ତେଶ୍ୱର ୧୨୧ ରନ୍‌ କରିଥିଲା ବେଳେ ରାମେଶ୍ୱର ସ୍ପୋର୍ଟିଂ ୮ ଓ୍ଵିକେଟ୍‌ ବିନିମୟରେ ୧୧୨ ରନ୍‌ କରି ହାରିଯାଇଥିଲା। ଅନୁରାଗ ଷଡ଼ଙ୍ଗୀ (୬୯ ରନ୍‌, ୨୨ ବଲ୍‌) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ତୃତୀୟ ମ୍ୟାଚ୍‌ରେ କ୍ରାଉନ୍‌ର ୯୨/୭ ଜବାବରେ ପାରାମାଉଣ୍ଟ୍‌ ୪ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ସୁମିତୋଷ ପ୍ରହରାଜ (୩୬ ରନ୍‌, ୨ ଓ୍ଵିକେଟ୍‌)ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର